
ବୁଗୁଡା , ୨୫/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରସ୍ଥ ଶ୍ରୀ ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ଅନୁପ ପଟ୍ଟନାୟକ ଯୋଗଦେଇଥିବା ବେଳେ ଜିଲ୍ଲା ସଂଯୋଜକ ସୁବାଷ ମହାରଣା,

ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ,ବିଜେଡି ବ୍ଲକ ସଭାପତି ମଦନ ଗୋପାଳ ଦୋରା,ବୁଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ,ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢୀ ପ୍ରମୁଖ ମଞ୍ଚାସୀନ ଥିଲେ।

ରକ୍ତ ଅଭାବରୁ କେହିଜଣେ ମୃତ୍ୟୁବରଣ କରିବାକୁ ଦିଆଯିବ ନାହିଁ ବୋଲି ପ୍ରିୟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିବା ସହ ସ୍ବେଚ୍ଛାକୃତ ରକ୍ତଦାନ କରିଥିବା ଦାତାମାନେ ଜଣେ ଜଣେ ଜୀବନ ଦାତା ସଦୃଶ୍ୟ ବୋଲି ଉପସ୍ଥିତି ଅତିଥି ବୃନ୍ଦ ମତବ୍ଯକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ରକ୍ତଦାନ କରିଥିବା ବ୍ଯକ୍ତି ବିଶେଷଙ୍କୁ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ୧୭୭ ଜଣ ମହିଳା ଓ ପୁରୁଷଙ୍କ ଉତ୍ସାହରେ ୧୭୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାଯାଇଛି।

ଏହି କାର୍ଯ୍ୟକ୍ରମକୁ କେ ତ୍ରିଲୋଚନ ଦୋରା,ସୁଂଧାଶୁ ଶେଖର ପାଢୀ,ରମଣ ନାହାକ,ସାହିଲ ପ୍ରଧାନଙ୍କ ସମେତ ବହୁ ବିଜେଡି କର୍ମୀମାନେ ସାମିଲ ହୋଇ ସୁପରିଚାଳନା କରିଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।



