
ଭଞ୍ଜନଗର , ୨୪/୦୫/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିବା ଅଗ୍ରଣି ସାମାଜିକ ସଂଗଠନ ବିପଦର ବନ୍ଧୁ ଦ୍ୱାରା ମାଗଣା ପରଲ ଓ ଚକ୍ଷୁ ପରୀକ୍ଷା ଶିବିର ଅୟୋଜିତ ହୋଇଛି।ଏଥିରେ ଭଞ୍ଜନଗର ବ୍ଲକ ର ବିଭିନ୍ନ ପଞ୍ଚାୟତ ର ବୃଦ୍ଧ ବୃଦ୍ଧା ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ।



ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସହଯୋଗ ରେ ଅଭିଜ୍ଞତା ସମ୍ପର୍ଣ୍ଣ ଡାକ୍ତର ମାନେ ଯୋଗଦେଇଥିଲେ।ବହାଡପଦର ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ୫୦ ନମ୍ବର ଜିଲ୍ଲା ପରିଷଦ ଶ୍ରୀମତୀ ସୈଲ ଵାଲା ବିଷୋୟୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।




ବିପଦର ବନ୍ଧୁ ସଂଗଠନ ର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ଓ କାର୍ଯ୍ୟକ୍ରମ କୁ ସୁଚାରୁଭାବେ ପରିଚାଳନା କରିଥିଲେ।ବହାଡପଦର ଗ୍ରାମ ବାସୀ ମାନଙ୍କ ସହଯୋଗ ମଧ୍ୟ ଥିଲା।ବିପଦର ବନ୍ଧୁ ସଂଗଠନ ର ଏହିପରି କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିଥିଲେ।



