Saturday, November 14, 2026
Home ଆଞ୍ଚଳିକ ଶ୍ରୀ ମନ୍ଦିର ସୁରକ୍ଷା ସମିତି ଭଞ୍ଜନଗର ଶାଖାର ଗୁରୁତ୍ୱ ପୂର୍ଣ ବୈଠକ।

ଶ୍ରୀ ମନ୍ଦିର ସୁରକ୍ଷା ସମିତି ଭଞ୍ଜନଗର ଶାଖାର ଗୁରୁତ୍ୱ ପୂର୍ଣ ବୈଠକ।

102

ଭଞ୍ଜନଗର , ଭଞ୍ଜନଗର , ୨୪/୫/୨୨ ( ଜିଲ୍ଲା ଖବର) ଶ୍ରୀମନ୍ଦିର ସୁରକ୍ଷା ସମିତି ଅଭିଯାନ, ପ୍ରାନ୍ତ ସ୍ତରରୁ ଖଣ୍ଡସ୍ତର ପଯ୍ୟନ୍ତ, ଗୋଟିଏ ଧାରାରେ ଆନ୍ଦୋଳନ କରିବା ପାଇଁ ସଂଘ ପରିବାର ର ନିଷ୍ପତ୍ତି ଯୋଗୁଁ, ଆଜି ଭଞ୍ଜନଗର ସ୍ଥିତ, ସରସ୍ୱତୀ ଶିଶୁ ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ଅଧିକାରୀ, ଶ୍ରୀ ମୁରଲୀଧର ପଣ୍ଡା, ଜିଲ୍ଲା ସଂଘ ଚାଳକ ଶ୍ରୀ ବନମାଳୀ ଗୌଡ଼, ସହ ସଂଘ ଚାଳକ ଶ୍ରୀ ବିଶ୍ୱନାଥ ସେଠି, ପ୍ରଦୀପ ଆଚାର୍ଯ୍ୟ, ଶିଶୁ ମନ୍ଦିର ସଂପାଦକ ପଦ୍ମନାଭ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପୁର୍ଣ୍ଣଚନ୍ଦ୍ର ପଣ୍ଡା, ବଟକୃଷ୍ଣ ପଣ୍ଡା, ପୁର୍ଣ୍ଣଚନ୍ଦ୍ର ଗୌଡ଼, ଗୁପ୍ତେଶ୍ୱର ସୁବୁଦ୍ଧି, ଏବଂ ଵିଭିନ୍ନ ବ୍ଳକ୍ ର ସଂଘ ର ପଦାଧିକାରୀ ମାନେ ଯୋଗଦାନ କରିଥିଲେ।


ଏଥିରେ ସଂଘ ପରିବାର ର , ଘୁମୁସର ଜିଲ୍ଲା ସ୍ତରୀୟ ସଂଘ କାର୍ଯ୍ୟକର୍ତ୍ତା ମାନେ ଓ ବିଭିନ୍ନ ଆନୁଷଙ୍ଗିକ କ୍ଷେତ୍ରର ପଦାଧିକାରୀ ମାନେ ଯୋଗଦେଇଥିଲେ।

ସଂଘ ପରିବାରର ପ୍ରାନ୍ତ ନିର୍ଦେଶ ଅନୁସାରେ ଆଗାମୀ ୨୪ ତାରିଖ ଦୀନ ପ୍ରତ୍ୟେକ ଗ୍ରାମରୁ ଜିଲ୍ଲାକେନ୍ଦ୍ର ପର୍ଯ୍ୟନ୍ତ କାନ୍ଥ ଲିଖନ କାର୍ଯ୍ୟକ୍ରମ, ପ୍ରଚାରପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏବଂ ୨୫ ତାରିଖରୁ, ଜୁନ ୫ ତାରିଖ ପର୍ଯ୍ୟନ୍ତ, ପ୍ରତ୍ୟେକ ଜିଲ୍ଲାକେନ୍ଦ୍ର ର ବ୍ଳକ୍ ସ୍ତରରେ ଆନ୍ଦୋଳନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।