
ବେଲଗୁଣ୍ଠା, ୨୪/୦୫/୨୨ ( ଜିଲ୍ଲା ଖବର ) : ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୂକୂଲ୍ଯରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦ୍ଘାଟନ କରି ପ୍ରତ୍ୟେକ ରକ୍ତଦାତା ଜଣେ ଜଣେ ଜୀବନ ଦାତା ବୋଲି ପ୍ରକାଶ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ମହିଳା ରକ୍ତଦାତାଙ୍କୁ ସମ୍ମାନୀତ କରିଥିଲେ I

ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭାରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜୀବନ ବିନ୍ଦୁ ଜିଲ୍ଳା ସଂଯୋଜକ ସୁବାସ ମହାରଣା, ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାବତ, ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବରାମ ପଣ୍ଡା,ଜିଲ୍ଳା ପରିଷଦ ସଭ୍ୟ ରାଜେଶ୍ ସାହୁ, ସୋରଡ଼ା ନଗର ବିଜେଡ଼ି ସଭାପତି ସଞ୍ଜୟ ଅଧିକାରୀ, ବ୍ଳକ୍ ବିଜେଡ଼ି ସଭାପତି ବସନ୍ତ ସ୍ୱାଇଁ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର,ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ବଡ଼ବୋର୍ସିଂ ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି ରାମେଶ୍ୱର ପାତ୍ର, ଗୋବରା ସମିତି ସଭ୍ୟ ବିଭୂପାଦ ଜେନା, ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ,ପୂର୍ବତନ ନଗରପାଳ ତଥା ସାଂସଦ ପ୍ରତିନିଧି ରବୀନ୍ଦ୍ର ନାଥ ମହାପାତ୍ର,

କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ୪୯ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ୪୭ ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ଗୋବରା ସରପଞ୍ଚ ସୁପ୍ରଭା ନାୟକ, ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼, ସୀମାଞ୍ଚଳ ବିଷୋୟୀ , ପଞ୍ଚାନନ ସାମଲ, ପାଇଲିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡାକ୍ତର ସରୋଜ ପ୍ରଧାନ, ଡାକ୍ତର ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସମାଜ ଏବଂ ରାଷ୍ଟ୍ର ପାଇଁ ରକ୍ତଦାତା ମାନଙ୍କର ବଳିଷ୍ଠ ସହଭାଗୀତା ରହିବ ବୋଲି ମତାମତ ରଖିଥିଲେ I ଏହି ଅବସରରେ ୬୪ ଥର ରକ୍ତଦାନ କରିଥିବା ବେଲଗୁଣ୍ଠା ପ୍ରେସ୍ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ଙ୍କ ସମେତ ପ୍ରଦୀପ କୁମାର ସ୍ୱାଇଁ, ସୁନନ୍ଦା ରାଉତ,ବାଦଲ କୁମାର ପ୍ରଧାନଙ୍କୁ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I

ସେହିପରି ସାମାଜିକ ସେବା କ୍ଷେତ୍ରରେ ସ୍ଵେଚ୍ଛାସେବୀ ଚିନ୍ମୟ କୁମାର ପୋଲାଇ, ରେସ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିଅ ଏବଂ ସ୍ଵେଚ୍ଛାସେବୀ ସୁଶାନ୍ତ କୁମାର ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମକୁ ବ୍ଳକ୍ ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ ଏବଂ ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ରଙ୍କନିଧି ସାହୁ, ରଞ୍ଜିତ ରାଉତ ପରିଚାଳନା କରିଥିବା ବେଳେ ଏଭର ଗ୍ରୀନ୍ ଫ୍ରେଣ୍ଡସ୍ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଆଜି ଉଦୁଉଦିଆ ଖରା ସତ୍ତ୍ୱେ ରକ୍ତଦାନ ପାଇଁ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା I ଆଜିର କାର୍ଯ୍ୟକ୍ରମରେ ମୋଟ 305 ଜଣ ରକ୍ତଦାତା ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ଶିକ୍ଷକ ଛାୟାକାନ୍ତ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I



