Sunday, October 11, 2026
Home ଅପରାଧ ରାୟଗଡା ଜିଲ୍ଲା ଗୁଣୁପୁରରେ ଦୁଇଟି ମୂଲ୍ୟବାନ ହାତୀ ଦାନ୍ତ ଜବତ‌ ।

ରାୟଗଡା ଜିଲ୍ଲା ଗୁଣୁପୁରରେ ଦୁଇଟି ମୂଲ୍ୟବାନ ହାତୀ ଦାନ୍ତ ଜବତ‌ ।

73

ଗୁଣୁପୁର , ୨୪/୦୫/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ଗୁଣୁପୁରରେ ଦୁଇଟି ମୂଲ୍ୟବାନ ହାତୀ ଦାନ୍ତ ଜବତ ହୋଇଛି । ଗୁଣୁପୁର ବନ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜବତ ହୋଇଛି ଏହି ହାତୀ ଦାନ୍ତ ।

ପଦ୍ମପୁର ଥାନା ହସ୍ତୀନାପୁର ଗ୍ରାମରୁ ଏହି ହାତୀ ଦାନ୍ତ ଜବତ ହୋଇଥିବା ସୂଚନା ରହିଛି।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଜାକୋବ ମାଝୀ (୩୫) ଏବଂ ପଦମାନ କଡରାକା (୫୫) । ଆସନ୍ତାକାଲି ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି। ଏ ନେଇ ବନ ବିଭାଗ ଅଧିକାରୀ ଗଙ୍ଗାଧର ମିଶ୍ର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଓପୋ ମୋବାଇଲ ଜବତ ହୋଇଥିବା ବେଳେ ଦୁଇଚି ହାତୀ ଦାନ୍ତର ଦାନ୍ତର ଓଜନ ୩ କିଲୋ ୭୦ ଗ୍ରାମ ହୋଇଥିବା ବେଳେ ଏହାର ଲମ୍ବା ୭୦ ସେଣ୍ଟିମିଟର ୩ ଏବଂ ଓସାର ୨୨ ସେଣ୍ଟିମିଟର ରହିଛି । ସେହିପରି ଆଉ ଏକ ଦନ୍ତା ହାତୀର ଦାନ୍ତ ଓଜନ ୩ କିଲୋ ୩୧୦ ଗ୍ରାମ ରହିଥିବା ବେଳେ ଲମ୍ବା ୮୦ ସେଣ୍ଟିମିଟର ଏବଂ ଓସାର ୨୩ ସେଣ୍ଟିମିଟର ରହିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଏସଟିଏଫ ଗୁଣୁପୁରରୁ ଏକ ବାଘ ଛାଲ ଜବତ କରିଥିଲା। ଏହି ମାମଲାରେ ଜଣେ ଗିରଫ ହୋଇଛି।

ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।