ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା (open international sports championships 2022) ରେ ଭାଗ ନେବା ଲାଗି ବ୍ରହ୍ମପୁର ରୁ ଯାତ୍ରା ଆରମ୍ଭ କଲେ ଦୁଇ ପ୍ରତିଭାବାନ ଖେଳାଳୀ ପଞ୍ଚାନନ ସେଠୀ ଓ ଡି. ସନ୍ଦୀପ ପାତ୍ର।

66

ବ୍ରହ୍ମପୁର , ୨୪/୦୫/୨୨ ( ଜିଲ୍ଲା ଖବର ) : ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା (open international sports championships 2022) ରେ ଭାଗ ନେବା ଲାଗି ବ୍ରହ୍ମପୁର ରୁ ଯାତ୍ରା ଆରମ୍ଭ କଲେ ଦୁଇ ପ୍ରତିଭାବାନ ଖେଳାଳୀ ପଞ୍ଚାନନ ସେଠୀ ଓ ଡି. ସନ୍ଦୀପ ପାତ୍ର।

ଏହି ଅବସରରେ ବ୍ରହ୍ମପୁର ଷ୍ଟେସନ ଠାରେ ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ଓ ଡେପୁଟି ମେୟର ବିବେକ ରେଡ୍ଡୀ ,କୋଚ ହାବିଲଦାର ସୀମାଞ୍ଚଳ ବାରିକ ଓ ବ୍ରହ୍ମପୁର ଫିଜିକାଲ ଏକାଡେମୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ।

ଆସନ୍ତା ୨୫ ତାରିଖରୁ ୩୦ ତାରିଖ ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହେବ ଏହି ଅନ୍ତର୍ଜାତୀୟ ଦୌଡ଼ ପ୍ରତିଯୋଗୀତା।