
ଆସିକା, (କ୍ଷୀରୋଦ ଚନ୍ଦ୍ର ବେହେରା) ; ଜିଲ୍ଲା ପ୍ରସାଶନିକ ନିର୍ଦ୍ଦେଶକ୍ରମେ ଗଞ୍ଜା ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳି ଆସିକା ସହରରେ ଆସିକା ଫେଷ୍ଟ ତଥା ଆସିକା ମହୋତ୍ସବ ଆସନ୍ତା ଜାନୁୁୟାରୀ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିର୍ଘ ୫ ଦିନ ଧରି ଅନୁଷ୍ଠୀତ ହେବ । ଏହି ଅବସରରେ ଆଜି ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ କରକମଳରେ ଆସିକା ମହୋତ୍ସବ ପଡିଆ ଠାରେ ଭୁମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସିକା ମହୋତ୍ସବ ପାଇଁ ଭୁମି ପୂଜନ ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ସମେତ ଆସିକା ସାଂସଦ ପ୍ରମିଳା ବିଷୋୟୀ,ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲୀକ,ଆସିକା ତହସିଲଦାର ଆଶୁତୋଷ ଗୈାରବ କର,ଆସିକା ଏସଡିପିଓ ସୂର୍ଯ୍ୟମଣି ତ୍ରିପାଠୀ,ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ବିଜେଡି ନେତା ଦିଲ୍ଲିପ କୁମା ପାଣିଗ୍ରାହି, ମା ଖମ୍ବେଶ୍ୱରୀ ପରିଚାଳନା ସଭାପତି ତଥା ବିଜେଡି ନେତା ସତ୍ୟନାରାୟଣ ସ୍ୱାଇଁ,ବରଗାଁ ସମିତି ସଭ୍ୟ ଶିବ ନାହକ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ,ଯୁବ ବିଜେଡି ନେତା ଅନିଲ କୁମାର ନାୟକ,ବିଜେଡି ନେତା ନଚିକେତା ସ୍ୱାଇଁ,ଜିଲ୍ଲ୍ା ପରିଷଦ ପ୍ରତିନିଧି ରାଜେଶ ପଟ୍ଟନାୟକ, ଜିଲ୍ଲା ପରିଷଦ ଜୋନ ନମ୍ବର-୪ ଶିବ ଶଙ୍କର ମହାନ୍ତି,ପୂର୍ବତନ କାଉନସିଲର ଏମ.ତାରିଣି ସେନାପତି, ପୂର୍ବତନ ସରପଚଂ ଅଭିମନ୍ୟୁ ନାହକ,ବୁଲୁ ପାଣିଗ୍ରାହି, ବିମଳ ପ୍ରଧାନ,ବି.ମୋହନ ରାଓ ଦୋରା,ଦ୍ୱାରିକା ନାଥ ପରିଡା,ଜ୍ୱାଳା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଅନୁଷ୍ଟିତ ହେବାକୁ ଥିବା ଆସିକା ଫେଷ୍ଟିଭାଲରେ ବିଭିନ୍ନ ଲୋକକଳା ସହ ବିଭିନ୍ନ ବର୍ଗର କଳାକାର କଳା ପ୍ରଦର୍ଶନ କରିବେ । ପଲ୍ଲୀ ଶ୍ରୀ ମେଳା ବି ଅନୁଷ୍ଠୀତ ହେବ ।ଏହି ୫ ଦିନ ଆସିକା ଝଲସିବ ବୋଲି ସାଂସଦ ଓ ବିଧାୟିକା ଭୁମି ପୂଜନ ବେଳେ ସୂଚନା ପ୍ରଦାନ କରିଥିଲେ । ମହୋତ୍ସବକୁ ଆକର୍ଷଣ କରିବା ନିମନ୍ତେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ସ୍ଥାନୀୟ କଳାକାର ଠାରୁ ଆରମ୍ଭ କରି ଜିଲ୍ଲା ବାହାର କଳାକାର ମାନେ ମଧ୍ୟ ବିଭିନ୍ନ କଳା ପରିବେଷଣ କରିବେ । ଏହା ସହ ଦର୍ଶକ ମାନଙ୍କ ମନୋରଞ୍ଜନ ନିମନ୍ତେ ଦୈନିକ ବିଭିନ୍ନ ଓଲିଉଡ ଓ ବଲିଉଡ କଳାକାର ମାନେ ଆସି କମାଲ କରିବେ । ମହୋତ୍ସବ ଲାଗି ଏକ ଲୋଗ ପ୍ରସ୍ତୁତ କରାଯିବ । ଲୋକ ମାନେ କିପରି ଶୃଙ୍ଖଳା ସହ ମହୋତ୍ସବକୁ ଉପଭୋଗ କରିବେ ସେଥି ନିମେନ୍ତେ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା କରାଯାଇଥିଲା ।



