
ରାୟଗଡା , ୨୩/୦୫/୨୨ ( ଜିଲ୍ଲା ଖବର ) : ରାୟଗଡ ସହର ସ୍ଥିତ ସାଇପ୍ରିୟା ନଗର ଠାରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରସ୍ତାବିତ ସାଇପ୍ରିୟା ନଗର କଲ୍ୟାଣ ମଣ୍ଡପ ତା. ୩୧/୦୮/୨୦୧୯ ରିଖରେ ହୋଇଥିବା ଭିତ୍ତି ପ୍ରସ୍ତର ସ୍ଥାପନରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ, ଅନୁସୂଚୀତ ଜାତି, ଜନଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଓଡିଶା, ଓ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ହସ୍ତତନ୍ତ, ବୟନ ଶିଳ୍ପ ଏବଂ ହସ୍ତତନ୍ତ ବିଭାଗ,


ଓଡିଶା ଓ ମାନ୍ୟବର ସାଂସଦ ରାଜ୍ୟସଭା ଶ୍ରୀ ଏନ. ଭାସ୍କର ରାଓଙ୍କ କରକମଳରେ ଶିଳାନ୍ୟାସ ହୋଇଥିଲା କିନ୍ତୁ ପରିତାପର ବିଷୟ ଉକ୍ତ ଶିଳାନ୍ୟାସ ଠାରୁ ଆଜି ପର୍ଯ୍ୟନ୍ତ ବହୁବାର ନେତା ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ପ୍ରସ୍ତାବିତ କଲ୍ୟାଣ ମଣ୍ଡପର କାର୍ଯ୍ୟ ସେହିଠାରେ ହିଁ ଅଟକି ରହିଛି ।


ସାଇପ୍ରିୟା ନଗର ରାୟଗଡ ସଦର ମହକୁମାଠାରୁ ପ୍ରାୟ ୩ କିଲୋମିଟର ଦୂରତ୍ୱରେ ଅବସ୍ଥିତ ଓ ୫ ହଜାରରୁ ଉର୍ଧ୍ଵ ଲୋକ ଏଠାରେ ବସବାସ କରୁଥିବା ବେଳେ ସେମାନଙ୍କର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଲ୍ୟାଣ ମଣ୍ଡପର ଆବଶ୍ୟକତା ରହିଛି ।


ପ୍ରସ୍ତାବିତ କଲ୍ୟାଣ ମଣ୍ଡପ କାର୍ଯ୍ୟର ଅଗ୍ରଗତି କରିବା ନେଇ ଆଜି ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।ଓ ତୁରନ୍ତ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରାଯାଇଛି ।


ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ନନ୍ଦ କିଶୋର ଚୌଧୁରୀଙ୍କ ନେତୃତ୍ୱରେ ସମ୍ପାଦକ ଦୟାନନ୍ଦ ଖାଡାଙ୍ଗା ଙ୍କ ସହ ସଭ୍ୟ ପ୍ରଦୀପ ଦାସ ,ବିଜୟ ଚନ୍ଦ୍ର ପାତ୍ର , ସନ୍ୟାସି ପାଣିଗ୍ରାହୀ , ଟି ,ଏନ ,ରାଓ ,ଭକ୍ତ ବଲଭ ପଟ୍ଟନାୟକ , ରାଜେଶ ରାୟପାଲି , ସମ୍ବା ମୂର୍ତ୍ତି ଉପସ୍ଥିତ ଥିଲେ ।


