୩୦୦ କେଜି ଗଞ୍ଜେଇ ବୋଝେଇ ଟ୍ରକ ସହ ୨ ଜଣେ ଗିରଫ ।ଜବତ ଗଞ୍ଜେର ଆନୁମାନିକ ମୂଲ୍ଯ ୧୫ ଲକ୍ଷ ଟଙ୍କା ବୋଲି ପଦ୍ମପୁର ପୋଲିସ ର ସୂଚନା l

67

ରାୟଗଡା , ୨୩/୦୫/୨୨ ( ଜିଲ୍ଲା ଖବର ) : ଆରକ୍ଷୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା ର ପଦ୍ମପୁର ପୋଲିସ ଟିମ ପଦ୍ମପୁର ବ୍ଲକ ଦେଇ ଚାଲାଣ ହେଉଥିବା ବେଳେ ମାର୍ଦ୍ଧିଗୁଡ଼ା ନିକଟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ ଏକ କେମିକାଲ ବୋଝେଇ ଟ୍ରକରୁ ୩୦୦ କେଜି ଗଞ୍ଜେଇ ସହ ୨ ଜଣ କୁ ଗିରଫ କରିଛି l ଗିରଫ ବ୍ୟକ୍ତି ୟୁପି ରାଜ୍ୟର ବୋଲି ଜଣାପଡିଛି। ଜବତ ଗଞ୍ଜେଇ କୁ ପଦ୍ମପୁର ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତିରେ ଓଜନ କରାଯାଇଥିଲା ।

ଜବତ ଗଞ୍ଜେଇ ର ଅନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣାଇବା ସହ ଗିରଫ ବ୍ୟକ୍ତିକୁ ଆଜି କୋର୍ଟ ଚାଲାଣ କରାଯିବା ପଦ୍ମପୁର ଡି ଏସ୍ ପି ରଶ୍ମିରଞ୍ଜନ ସେନାପତି ସୂଚନା ଦେଇଛନ୍ତି ।