
ରାୟଗଡା:-୨୩-୫-୨୦୨୨- ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୁଣ୍ଡିଢାମୁଣୀ ପଞ୍ଚାୟତର ଅନ୍ତର୍ଗତ ରଙ୍ଗମାଟି ଗ୍ରାମରେ କାଳବୈଶାଖି ପ୍ରଭାବରେ ଗାଁ କୁ ଲାଗି ରହିଥିବା ଏକ ବିରାଟକାୟ ତେନ୍ତୁଳି ଗଛ ପଡି ୪ ଘର ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତିଚାରି ପରିବାର ।




ମିଳିଥିବା ସୂଚନା ଅନୁଯାୟୀ ରଙ୍ଗମାଟି ଗ୍ରାମରେ ଅପରାହ୍ନ ୪ ଟା ସମୟରେ ପବନ ଓ ବର୍ଷା ହେବା ଫଳରେ ଏକ ତେନ୍ତୁଳି ଗଛପଡି ରଙ୍ଗମାଟି ଗ୍ରାମର ଦେଇ କଲକା,ମକର ମାଣ୍ଡାଙ୍ଗି, ଭୀମ ମାଣ୍ଡାଙ୍ଗି, ସୁନିତା ପାତିକାଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।


ଘଟଣା ସମ୍ପର୍କରେ ଖବର ପାଇ ରାମନାଗୁଡା ତହସିଲଦାର ସୁଶ୍ରୀ ପ୍ରଭାତୀ ଝୋଡିଆ,ରାମନାଗୁଡା ରାଜସ୍ୱ ନିରୀକ୍ଷକ ଲିଙ୍ଗରାଜ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ ଯୋଗାଇଦେବା ସହିତ କ୍ଷୟକ୍ଷତି ଆକଳନ କରି ଏସ ଆରସିଙ୍କୁ ରିପୋର୍ଟ ପ୍ରଦାନ କରି ସରକାରୀ ନିୟମ ଅନୁଯାୟୀ ଆର୍ଥିକ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସେହିପରି ଘଟଣା ସ୍ଥଳରେ ସୁଣ୍ଡି ଧାମୁଣି ପଂଚାୟତ ନିର୍ବାହୀ ଅଧିକାରୀ ରମେଶ ମାଣ୍ଡାଙ୍ଗି, ସରପଞ୍ଚ ଭାସ୍କର କାଡ୍ରାକା ପହଞ୍ଚି କ୍ଷତିଗ୍ରସ୍ତଙ୍କୁ ପଞ୍ଚାୟତ ପକ୍ଷରୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ,ସେହିପରି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନିଲାମଗୁଡ଼ା ପଞ୍ଚାୟତ ସ୍ଥିତ ଗୁଗୁରୁପାଙ୍ଗୁ ଗାଁ ରେ ରବିବାର ଦିନ କାଳ ବୈଶାଖୀ ପ୍ରଭାବ ରେ ପାଞ୍ଚ ପରିବାର ର ଚାଳ ଛପର ଉଡ଼ି ଯାଇଥିବା ଜଣାପଡିଛି ।


ଖବର ପାଇ ଓମଡିଙ୍ଗ ରାଜସ୍ୱ ନିରୀକ୍ଷକ ଆରତୀ ବାଉରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ପଲିଥିନ ଯୋଗାଇ ଦିଆଯିବ ବୋଲି କହିଥିଲେ।


