Wednesday, October 14, 2026
Home ଆଞ୍ଚଳିକ ସରପଞ୍ଚ ବଦଳରେ ପୂର୍ବତନ ସରପଞ୍ଚ କାର୍ଯ୍ୟ କରୁଥିବା ଅଭିଯୋଗ।

ସରପଞ୍ଚ ବଦଳରେ ପୂର୍ବତନ ସରପଞ୍ଚ କାର୍ଯ୍ୟ କରୁଥିବା ଅଭିଯୋଗ।

565

ବିଷମକଟକ , ୨୩/୫/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତ ବର୍ତ୍ତମାନ ର ସରପଞ୍ଚ ନାରାୟଣ ହୁଇକା ବଦଳରେ ପୂର୍ବତନ ସରପଞ୍ଚ ପ୍ରଫୁଲ କୁମାର ସାହୁ ପଞ୍ଚାୟତ ପରିଚାଳନା କରୁଥିବା ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତ ତରଫରୁ ପ୍ରାୟ ୨୦ ବର୍ଷ ତଳେ ହାଟମୁନିଗୁଡା ପଞ୍ଚାୟତ ଏବଂ ତରଫରୁ 9 ଟି ଦୋକାନ ଗୃହ ନିର୍ମାଣ କରାଯାଇଥିଲା। ସେହି ଗୃହରେ ଦୋକାନ ମାନଙ୍କ ପାଇଁ ପଞ୍ଚାୟତ ତରଫରୁ ଚୟନ କରାଯାଇ ୯ ଜଣ ବ୍ୟବସାୟୀ ଙ୍କୁ ମାସିକ ୨୫୦ ଟଙ୍କା ଭଢା ଆକାରରେ ଦୋକାନ ଗୃହ ପ୍ରଦାନ କାରାଯାଇ ଥିଲା। ୨୦୨୦ ମସିହାରେ ପୂର୍ବତନ ସରପଞ୍ଚ ସୁଜାତା କାଡାରାକା ୨୫୦ଟଙ୍କା ବଦଳରେ ଆଉ ୧୦୦ ଟଙ୍କା ବଢ଼ାଇ ୩୫୦ ଟଙ୍କା କରିଥିଲେ। ବର୍ତ୍ତମାନ ଏବେ ବର୍ତ୍ତମାନର ସରପଞ୍ଚ ନାରାୟଣ ହୁଇକା ବଦଳରେ ପୂର୍ବ ତନ ସରପଞ୍ଚ ପ୍ରଫୁଲ କୁମାର ସାହୁ ମନ ଇଚ୍ଛା ରେ ପୁରୁଣା ଦୋକାନ ଗୃହକୁ ୫୦୦ ଟଙ୍କା ଓ ନୂତନ ତିନୋଟି ଦୋକାନ ଗୃହକୁ ୧୦୦୦ ଟଙ୍କା କରିବା ପରେ ସ୍ଥାନୀୟ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦା ମନରେ ଦୁଃଖ ପ୍ରକାଶ ପାଇଛି। ମୋର ଇଚ୍ଛା ବକ ଟଙ୍କା ନଦେଲେ ଦୋକାନ ଗୃହ ଖାଲି କରିବା ପାଇଁ ମଧ୍ୟ ଧମକ ଦେଇଛନ୍ତି ପୂର୍ବ ତନ ସରପଞ୍ଚ।

ପଞ୍ଚାୟତରେ ସରପଞ୍ଚ ଥାଉନୁ ପିଅନ ଭଳି ପୂର୍ବତନ ସରପଞ୍ଚ ଏପରି କାର୍ଯ୍ୟ କରୁଥିବା ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀ ମନରେ ଦୁଃଖ ପ୍ରକାଶ ପାଇଛି। ବର୍ତ୍ତମାନ ର ସରପଞ୍ଚ ପଞ୍ଚାୟତରେ ଦୋକାନୀ ବାଲା ମାନଙ୍କୁ ପଞ୍ଚାୟତ ଅଫିସ କୁ ଡକାଇ ଏକ ବୈଠକ କରି ଭଢା ବାବଦରେ ଆଲୋଚନା କରିବାର ନିୟମ ରହିଥିବା ବେଳେ ପୂର୍ବତନ ସରପଞ୍ଚ ପ୍ରଫୁଲ କୁମାର ସାହୁ ଦୋକାନୀ ବାଲା ମାନଙ୍କୁ ଡରାଇ ଧମକାଇ ଦୁର ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଦୋକାନୀ ମାନେ। ବର୍ତ୍ତମାନ ର ସରପଞ୍ଚ ନାରାୟଣ ହୁଇକା ଓ ପଞ୍ଚାୟତ ପି ଇ ଓ ସନ୍ତୋଷ କୁମାର ଚୈଧିରୀ ଯାଇ ଦୋକାନୀ ମାନଙ୍କୁ ବୁଝାଇ କଥାବାର୍ତ୍ତା ହୋଇ ଆଲୋଚନା କରିବା କଥା ହେଲେ ସେପରି କାର୍ଯ୍ୟ ନକରି ପୂର୍ବତନ ସରପଞ୍ଚ ବ୍ୟବସାୟୀ ମାନଙ୍କୁ ଡରାଇ ଧମକାଇ ଥିବା ଆମ ନଜର କୁ ଆସିଛି। ଏହି ସମ୍ପର୍କରେ ଆମେ ବର୍ତ୍ତମାନ ର ସରପଞ୍ଚ ନାରାୟଣ ହୁଇକା ଙ୍କୁ ଯୋଗାଯୋଗ କରିବାରୁ ତାଙ୍କର କୈଣସି ପ୍ରତି କ୍ରିୟା ମିଳି ପାରିଲା ନାହିଁ।