ହ୍ୟୁମାନରାଇଟ ଫ୍ରଣ୍ଟ ଅଫ ଇଣ୍ଡିଆ ର ବ୍ଲକ ସ୍ତରୀୟ ବୈଠକ।

120

ଯାଜପୁର , ୨୨/୦୫/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ବିଞ୍ଜାରପୁର ବ୍ଲକ ର ବରୁଣେଶ୍ୱର ପୀଠ ପ୍ରାଙ୍ଗଣ ରେ ଆଜି ହୁମାନ ରାଇଟ ଫ୍ରଣ୍ଡ ଅଫ ଇଣ୍ଡିଆ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଂଝାରପୁର ବ୍ଲକ ର ସଂଯୋଜକ ଗୋପାଳ ସାମଲ ଦ୍ୱରା ଏହି ବୈଠକ ହୋଇଥିଲା l ଏହି ବୈଠକ ରେ ଶ୍ରୀ ସଚ୍ଚିଦାନନ୍ଦ ଦାସ ସଭାପତିତ୍ୱ କରିଥିଲେ l

ମୁଖ୍ୟ ବକ୍ତା ଶ୍ରୀ ରବି ଶତପଥୀ ଓ ମୁଖ୍ୟ ଅତିଥି ନାଟ୍ୟକାର ଲେଖକ ଶ୍ରୀ ବ୍ରଜ ନାୟକ, ସମ୍ମାନନୀୟ ଅତିଥି ଶ୍ରୀ ଚିନ୍ମୟ ଦାସ ଯୋଗ ଦେଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜିକା ନିରୁପମା ମଲିକ, ସମ୍ପାଦକ ନାରାୟଣ ମଲିକ,ସଙ୍ଘ ର ଉପଦେଷ୍ଟା ଶ୍ରୀ ଗଗନ ବିହାରୀ ଜେନା ପ୍ରମୁଖ ଯୋଗଦାନ କରି ମାନବାଧିକାର ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ I

ଏହି କାର୍ଯ୍ୟକ୍ରମ ରେ ମହିଳା ନେତ୍ରୀ ଓ ସଂଯୋଗିକା ଭାବରେ ବିଭିନ୍ନ ବ୍ଲକ ରୁ ଲଷ୍ମୀପ୍ରିୟା ସାହୁ, ସୁମନ ଦାସ, ସସ୍ମିତା ବେହେରା, ମାନସୀ ବେହେରା ଓ ଗଣେଶ୍ୱର ରାଓ, ଅରୁଣ ଦାସ, ବିଜୟ କୁମାର ମଲିକ, ମିଡ଼ିଆ ସେଲର ପ୍ରମୋଦ କୁମାର ରାଉତ, କାହ୍ନୁ ଚରଣ ଓଝା ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେI

ହ୍ୟୁମାନରାଇଟ ଫ୍ରଣ୍ଡ ଅଫ ଇଣ୍ଡିଆ ତରଫରୁ ନାଟ୍ୟକାର ବ୍ରଜ ନାୟକ ଓ ସ୍ତମ୍ଭକାର ଲେଖକ ରବି ଶତପଥୀ, ବରିଷ୍ଟ ସାମ୍ବାଦିକ ଓ ସମାଜ ସେବୀ ବାଞ୍ଛାନିଥି ସାହୁ ଙ୍କୁ ମାନପତ୍ର ଓ ପୁଷ୍ପ ଗୋଚ୍ଛା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର l