
ଆସିକା,(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ଲକ୍ଷ୍ମୀବଜାର ସ୍ଥିତ ସତ୍ୟନାରାୟଣ ମନ୍ଦିର ପରିସର ମଧ୍ୟରେ ଥିବା ମାଷ୍ଟର ଅଫ ମେମୋରୀ ସ୍କୁଲ(ମମ)ର ଦଶମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସାଂସ୍କୃତିକ ମଣ୍ଡପ ଠାରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବାର୍ଷିକ ଉତ୍ସବାରେ ମାଷ୍ଟର ଅଫ ମେମୋରୀ ସ୍କୁଲର ବିଦ୍ୟାଳୟ ପରିଚାଳନା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଗଞ୍ଜାମ ଛତ୍ରପୁର ପରୀକ୍ଷିତ ଦାଶ, ସମ୍ମାନୀୟ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ରାୟଗୁରୁ, ବିଦ୍ୟାଳୟର ଅଧ୍ୟକ୍ଷା ଅନୁରାଧ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅତିଥିଙ୍କୁ ସଭା ନିକଟକୁ ପାଛୋଟି ନେଇଥିଲେ ।

ମମର ବରିଷ୍ଠ ସଦସ୍ୟ ଗୁରୁଜୀ ମନୋଜ କୁମାର ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ବେଦପାଠ ମନ୍ତ୍ର ଧ୍ୱନୀ ମଧ୍ୟରେ ପ୍ରଦିପ ପ୍ରଜ୍ଜଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଓଁକାର ଧ୍ୱନୀ ସହପ୍ରାରମ୍ଭିକ ଗାନ କରାଯାଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷା ଅନୁରାଧା ବିଶ୍ୱାଳ ବିଦ୍ୟାଳୟର ବାର୍ଷିକ ବିବରଣି ପାଠ କରିଥିଲେ । ମୁଖ୍ୟବକ୍ତା ପରିକ୍ଷୀତ ଦାଶ ମମ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏକ ଉନ୍ନତ ମାନର ବିସ୍ମୟ ସୂଚକ ଶିକ୍ଷାଧିନ ପ୍ରଣାଳୀକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଶିକ୍ଷକ,ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ବେଳେ ଖୁବ ଯତ୍ନବାନ ହୋଇ ଶିକ୍ଷା ଦାନ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବିଧାୟିକା ମଞ୍ଜୁଳା ସ୍ୱାଇଁ ଆସିକାର ଏହି ମମ ଶିକ୍ଷା ଅନୁଷ୍ଠାନ ନିଶ୍ଚିତ ଭାବେ ଏକ ବିଶ୍ୱସ୍ତରୀୟ ଶିକ୍ଷା କେନ୍ଦ୍ରରେ ପରିଣତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଛାତ୍ରଛାତ୍ରୀ ମାନେ ବିଶ୍ୱର ସମସ୍ତ ଭାଷା ମୁଖସ୍ତ କରିବା , ୨ଶହ ବର୍ଷର କ୍ୟାଲେଣ୍ଡର,ତାରିଖ ମନେ ରଖି ଉପସ୍ଥାପନ କରିବା,ଶକୁନ୍ତଳା ଓ ରାମାନୁଜନ ମହାପୁରୁଷଙ୍କ ଭଳି ଗଣିତ ଜ୍ଞାନକୁ ଉପସ୍ଥାପନ କରିବା ଓ ଚାପ ମୁକ୍ତ ଶିକ୍ଷା ପ୍ରଣାଳୀ ନିଶ୍ଚିତ ଭାବେ ଏକ ନିଆରା ଢଙ୍ଗର ଶିକ୍ଷା ବିଶ୍ୱରେ ମମ ଅନୁଷ୍ଠାନ ନାମ ରଖିବାରେ ପରିଗଣିତ ହେବ ଏହା କିଏ ଅଟକି ରଖି ପାରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ ।

ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର ବିଭିନ୍ନପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମମର ବିଭିନ୍ନ ଶିକ୍ଷା ଶୈଳି ସାଙ୍ଗକୁ ଶାସ୍ତ୍ରୀୟ ସଙ୍ଗୀତ,ନୃତ୍ୟୁ ପ୍ରଭୃତି ପରିବେଷଣ କରାଯାଇଥିଲା । ସମସ୍ତ ଅତିଥି ମାନଙ୍କୁ ମମର ବରିଷ୍ଠ ସଭ୍ୟ ଜି.ରବିନ୍ଦ୍ର ପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିବ ଶଙ୍କର ଜେନା, ବିଭୁତି ଭୂଷଣ ପାଣିଗ୍ରାହି,ମମର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, କର୍ମଚାରୀ ସମେତ ପ୍ରଣବ ଏଡୁକେଶନ ସୋସାଇଟିର ସମସ୍ତ କର୍ମକର୍ତା ଓ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସହ ଯୋଗ କରିଥିଲେ ।



