ଲୋଚାପଡ଼ା ଠାରୁ ଜଗଦଳପୁର ରାସ୍ତା ପାଲଟିଛି ମରଣଯନ୍ତା

14

ବ୍ରହ୍ମପୁର ,୨୦/୮(ଇ.ରଂଜନ) : ବ୍ରହ୍ମପୁର ସ୍ଥିତ ଗେଟ ବଜାର ଠାରୁ ଲୋଚାପଡା ଜଗଦଳପୁର ରାସ୍ତା ପାଲଟିଛି ମରଣଯନ୍ତା l ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ଯାତ୍ରୀ ଯିବା ଆସିବା କରୁଛନ୍ତି l ରାସ୍ତା ଖରାପ ଥିବା ଯୋଗୁଁ ପ୍ରତିଦିନ ସେହି ରାସ୍ତାରେ ଛୋଟ ବଡ ଦୁର୍ଘଟଣା ଘଟିଥାଏ l ଅଞ୍ଚଳବାସୀ ବହୁ ଦିନ ଧରି ଅଭିଯୋଗ ପରେ ଗେଟ ବଜାର ଠାରୁ ରେଡିଓ ଷ୍ଟେସନ ପର୍ଯ୍ୟନ୍ତ ପୂର୍ତ୍ତ ବିଭlଗ ରୋଡ କାର୍ଯ୍ୟ ସମ୍ପାଦନ କରି ସଫଳ ହଇଥିବା ବେଳେ ବ୍ରଜନଗର ଠାରୁ ଏହି ରାସ୍ତା ମରଣ ଜନ୍ତl ପାଲଟିଛି l ଲୁଚାପଡା , ନିମଖଣ୍ଡି ,ଜଗଦଳପୁର ରାସ୍ତାଟି ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହଇଥିବା ବେଳେ ନିମ୍ନ ମାନର କାମ ଯୋଗୁଁ ସେହି ରାସ୍ତାଟି ଅଳ୍ପ ଦିନ ମଧ୍ୟରେ ନଷ୍ଟ ହୋଇଯାଇଛି l ସରକାରୀ ନିୟମ ଅନୁଯାୟୀ 5 ବର୍ଷ ପର୍ଯ୍ୟନ୍ତ ଠିକାଦାର ରକ୍ଷଣlବେକ୍ଷଣ ନିମନ୍ତେ ଆ,ର,ଡି ବିଭାଗ ଚୁକ୍ତିନାମା ହଇଥିଲେ ମଧ୍ୟ ବିଭାଗର ଅଧିକାରୀ ନିରବତାକୁ ନେଇ ସଧାରଣ ମହଲରେ ପ୍ରଶ୍ନବାଚି ସୃଷ୍ଟି ହେବା ସହ ରାସ୍ତା କାମ ନହେଲେ ଆଗାମୀ ଦିନରେ ରାସ୍ତାରୋକ କରିବା ପାଇଁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି l