Home ଆଞ୍ଚଳିକ ପ୍ରଚଣ୍ଡ ଖରା ଗୁଳୁଗୁଳି ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ।

ପ୍ରଚଣ୍ଡ ଖରା ଗୁଳୁଗୁଳି ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ।

70

ବିଷମକଟକ , ୨୧/୦୫/୨୨ (ଜିଲ୍ଲା ଖବର) : ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ସକାଳ ୬ ଘଣ୍ଟିକା ଠାରୁ ୧୧ ଘଣ୍ଟିକା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାଯାଉଛି। ୧୧ ଟା ପରେ କେତେକ ଦୋକାନ ବଜାର ବନ୍ଦ କରାଯାଇଥିବା ଦେଖି ବାକୁ ମିଳିଛି। କାରଣ ପ୍ରଚଣ୍ଡ ଖରା ଯୋଗୁଁ ରାସ୍ତାରେ କୈାଣସି ବ୍ୟକ୍ତି ଙ୍କୁ ଦେଖା ମିଳୁନାହିଁ। ଦୁଃଖ ର ବିଷୟ ଏହି କି ଯେ ହାଟମୁନିଗୁଡା ଗୋଟିଏ ପଞ୍ଚାୟତ ହୋଇଥିବା ରୁ ଯାତ୍ରୀମାନେ ବିଶ୍ରାମ ନେବାପାଇଁ ଯାତ୍ରୀ ବିଶ୍ରାମ ଗାରଟିଏ ନ ଥିବାରୁ ଯାତ୍ରୀ ମାନଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଥିବା ବେଳେ କିଏତ ଗଛ ମୂଳେ ବା କିଏତ ଦୋକାନ ମାନଙ୍କରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି।
ଏବଂ ଏହି ପଞ୍ଚାୟତରେ ସରପଞ୍ଚ ମାନେ ନେତାଙ୍କ ରବର ଷ୍ଟାମ୍ପ୍ ପରି କାର୍ଯ୍ୟ କରୁଥିବା ଜନସାଧାରଣ ମାନେ ଅଭିଯୋଗ କରିଛନ୍ତି।