Monday, November 16, 2026
Home ଆଞ୍ଚଳିକ ପୋଖରୀରେ ବୁଡି ଜଣେ ଯୁବକ ମୃତ ।

ପୋଖରୀରେ ବୁଡି ଜଣେ ଯୁବକ ମୃତ ।

62

ଆସିକା, ୨୦/୦୫/୨୨ ( ଜିଲ୍ଲା ଖବର ) : ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁର ପୋଖରୀରେ ବୁଡ଼ି ଜଣେ ମୃତ । ମୃତକ ଜଣକ ହେଲେ ସେହି ଗ୍ରାମର ନିଳାଞ୍ଚଳ ବିଶ୍ୱାଳ (୩୬) ।ସେ ଆଜି ସମୟ ପ୍ରାୟ ୨.୩୦ ବେଳକୁ ପୋଖରୀ କୁ ଗାଧେଇବା କୁ ଯାଇ ଥିବା ସମୟରେ ଅସାବଧନତା ହେତୁ ଗୋଡ଼ ଖସିଯାଇଥିଲା ।

ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିବା ସହ ଧରାକୋଟ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଧରାକୋଟ ଅଗ୍ନିଶମ ବିଭାଗ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ନିଳାଞ୍ଚଳ ପାଇଁ ନଥିଲା । ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ତ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।