Saturday, November 14, 2026
Home ଆଞ୍ଚଳିକ ଶିକ୍ଷକ ମାନଙ୍କୁ ନେଇ ନେତୃତ୍ୱ ଦକ୍ଷତା ଓ ଡିଜିଟାଲ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତl

ଶିକ୍ଷକ ମାନଙ୍କୁ ନେଇ ନେତୃତ୍ୱ ଦକ୍ଷତା ଓ ଡିଜିଟାଲ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତl

87

ବିଷମକଟକ , ୨୦/୦୫/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀରତନ ଲାଲ ମାଝୀ,ଡି ଏସ ଏସ ମନୋଜ କୁମାର ଗୌଡ଼ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ। ନେତୃତ୍ୱ ଦକ୍ଷତା ଓ ଡିଜିଟାଲ ଦକ୍ଷତା ବିକାଶପାଞ୍ଚ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି,ଉକ୍ତ ଶିବିରରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚ ଟି ଯୋଜନା ରେ ରୂପାନ୍ତରିତ ପଚିଶ ଟି ଉଚ୍ଚ ବିଦ୍ୟାଳୟ ର ଦୁଇ ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ,ଜିଲ୍ଲା ସାଧନ କର୍ମୀ ତଥା ରାମନାଗୁଡା ଗୋଷ୍ଠି ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ହରିଶ୍ଚନ୍ଦ୍ର ଦାଶ, ଦିଲୀପ କୁମାର ଏବଂ ଶଙ୍କର ନାଥ ପ୍ରଧାନ ତାଲିମପ୍ରଦାନ କରିଥିଲେ,ଏହି ଶିବିର ରେ ଜିଲ୍ଲା ର ଚାରୋଟି ବ୍ଲକ ଗୁଣୁପୁର, ଗୁଡାରି, ପଦ୍ମପୁର, ଏବଂ ରାମନାଗୁଡା ର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ତାଲିମ ପ୍ରଦାନ ରେ ଅଂଶଗ୍ରହଣ କରିଥିଲେ,ନେତୃତ୍ୱ ଦକ୍ଷତା , ବିଂଶ ଶତାବ୍ଦୀ ଦକ୍ଷତା ଓ ବର୍ତ୍ତମାନଶିକ୍ଷା ବ୍ୟବସ୍ଥା ରେ ଡିଜିଟାଲ ଶିକ୍ଷା ରରୂପରେଖ ସମ୍ପର୍କରେଏହି ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା, ଅନ୍ୟପକ୍ଷରେ ପିରାଗଲ ଫାଉଣ୍ଡେସନ ଚୈତନ୍ୟ ପଟେଲ ତାଲିମ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।