Friday, November 13, 2026
Home ଆଞ୍ଚଳିକ ରାଧା କୃଷ୍ଣ ପାଠାଗାର ସଭାପତିଙ୍କ ଦେହାନ୍ତ।

ରାଧା କୃଷ୍ଣ ପାଠାଗାର ସଭାପତିଙ୍କ ଦେହାନ୍ତ।

117

ଭଞ୍ଜନଗର , ୧୯/୦୫/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଉଁସଲଉଣ୍ଡି ପଞ୍ଚାୟତଏଆ ବାଉଁସଲଉଣ୍ଡି ଗ୍ରାମର ଅଗ୍ରଣି ରାଧା କୃଷ୍ଣ ପାଠାଗାର ର ସ୍ଥାୟୀ ସଭାପତି ଦିବାକର ନାୟକଙ୍କ ୮୧ ବର୍ଷ ବୟସରେ ଦେହାନ୍ତ ହୋଇଛନ୍ତି।ମୃତ୍ୟୁ ସମୟରେ ଦୁଇ ପୁଅ ,ବୋହୁ, ନାତି ନାତୁଣୀ ଉପସ୍ଥିତ ଥିଲେ।

ସ୍ବର୍ଗତ ଦିବାକର ଜଣେ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ।ସେ ଅନେକ ଜନକଲ୍ୟାଣ କାମ କରିଛନ୍ତି।ରାଧାକୃଷ୍ଣ ପାଠାଗାର ର ଉନ୍ନତି ପାଇଁ ସତ ଚେଷ୍ଟିତ ଥିଲେ ।ସେ ବିଭିନ୍ନ ବିଦ୍ୟାଳୟ କୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଜ୍ଞାନ ଦେଉଥିଲେ। କୁର୍ମୀ କ୍ଷତ୍ରିୟ ସମାଜ ସର୍ବ ଭାରତୀୟ ପ୍ରଚାରକ ଥିଲେ।

ନିଜର କର୍ମମୟ ଜୀବନ ଓଡିଶା ପରିବହନ ବିଭାଗ ରେ ହିସାବ ରକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।ସେ ଏକାଧାରରେ ସମାଜ ସେବୀ,ଆଧ୍ୟାତ୍ମିକବାଦୀ, ସଂଗଠକ ଥିଲେ।

ତାଙ୍କର ଦେହାନ୍ତ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ରାଧାକୃଷ୍ଣ ପଠାଗାର ର ସମସ୍ତ ସଭ୍ୟ ଉପସ୍ଥିତ ରହି ଅନ୍ତରାତ୍ମା ର ସଦଗତି ପାଇଁ ପ୍ରାର୍ଥନା କରିଥିଲେ।ତାଙ୍କୁ ପୁରୀ ସ୍ୱର୍ଗଦ୍ୱାର ଠାରେ ସଂସ୍କାର କରାଯାଇଥିଲା।