Sunday, October 11, 2026
Home ଅପରାଧ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ।

ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ।

92

ଭଞ୍ଜନଗର , ୧୯/୦୫/୨୨ ( ଜିଲ୍ଲା ଖବର ) : ଦିନକୁ ଦିନ ଭଞ୍ଜନଗର ଅଞ୍ଚଳରେ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା। କମ ବୟସ ଯୁବକ ମାନେ ଦୃତ ଗତିରେ ଗାଡ଼ି ଚଳାଇବା ଏହାର ମୁଖ୍ୟ କାରଣ।

ଦୁଇ ଦିନରେ ପୃଥକ ପୃଥକ ସଡ଼କ ଦୁର୍ଘଟଣା ରେ ଦୁଇଟି ଜୀବନ ଚାଲି ଯାଇଛି ଓ ତିନି ଜଣ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି।


ଆଜି ସନ୍ଧ୍ୟାରେ ରାସ୍ତା କଡରେ ଛିଡ଼ା ହୋଇଥିବା ବିମଳ ନାମକ ବ୍ୟକ୍ତି କୁ ଏକ ଦୁଇ ଚକିଆ ଯାନ ଧକା ଦେବାରୁ ବିମଳ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

ଗାଡି ଚାଳକ ବିନୋଦ ଗୁରୁତର ହୋଇ ଭଞ୍ଜନଗର ଡାକ୍ତରଖାନା ରେ ଚିକିତ୍ସିତ ହୋଇଛି। ମୃତକ ଜଣକ ଗାଙ୍ଗପୁର ଥାନା ଅନ୍ତର୍ଗତ କଳିଆଗୁଡା ଗ୍ରାମର। ଗାଙ୍ଗପୁର ଥାନା ତଦନ୍ତ ଚଲାଇଛି ।