
ଆସିକା,(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ବ୍ଲକ ଅଧିନ ନଳବଟାଂ ପଚାଂୟତ ନଳବଟାଂ ଗ୍ରାମ ଖେଳ ପଡିଆ ଠ।।ରେ ନର୍ମେଦେଶ୍ୱର କ୍ରିକେଟ କ୍ଲବ ପକ୍ଷରୁ ଟି-୨୦ ଟୁର୍ଣ୍ଣାମେଟଂ ଅନୁଷ୍ଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଟଂରେ ମୋଟ ୧୬ ଦଳ ଅଂଶଗ୍ରହଣ କରିଥିବା ବେଳେ ଆଜି ଉଦଘାଟନୀ ମ୍ୟାଚରେ ଆସିକା ଋଷିକୁଲ୍ୟା କ୍ରିକେଟ କ୍ଲବ ସହିତ ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଆସିକା ଋଷିକୁଲ୍ୟା କ୍ରିକେଟ କ୍ଲବ ଟସ ଜିତି ଫିଲଡିଂ ଚୟନ କରିଥିବା ବେଳେ ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଲବ ୨୦ ଓଭରରେ ୫ ୱିକେଟ ପତନରେ ୧୯୫ ରନ ସଂଗ୍ରହ କରିଥିଲା । ତାଙ୍କ ବିପକ୍ଷରେ ଆସିକା ଋଷିକୁଲ୍ୟା କ୍ରିକେଟ କ୍ଲବ ୧୮ ଓଭରରେ ସମସ୍ତ ୱିକେଟ ହରାଇ ୧୪୫ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଏହି ମ୍ୟାଚରେ ୯୩ ରନ ସଂଗ୍ରହ କରି ସତ୍ୟ ପଟ୍ଟନାୟକ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ ।

ଏହି ମ୍ୟାଚରେ ଅମ୍ପାୟର ଦାୟିତ୍ୱରେ ଲଟୁଂ ପ୍ରଧାନ ଓ ଅନିଲ ପ୍ରଧାନ ଦାୟିତ୍ୱ ତୁଲାଇଥିବା ବେଳେ ସ୍କୋରର ଦାୟିତ୍ୱରେ ନିଳମଣି ପାତ୍ର ଏବଂ ଧାରାବିବରଣି ଦାୟିତ୍ୱରେ ପିତାମ୍ବର ବେହେରା ତୁଲାଇଥିଲେ । ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ,ନଳବଟାଂ ସରପଚଂ ସୁମିତ୍ରା ପ୍ରଧାନ,ସମିତିସଭ୍ୟ ରଶ୍ମିତା ପ୍ରଧାନ, ବ୍ଲକ ଆତ୍ମା ଅଧ୍ୟକ୍ଷ ଭଗବାନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଟଂକୁ ନର୍ମେଦେଶ୍ୱର କ୍ରିକେଟ କ୍ଲବର ପ୍ରମୋଦ ପ୍ରଧାନ,ରାମକୃଷ୍ଣ ସାହୁ,ସୁପଥ ପ୍ରଧାନ,ପ୍ରିତମ ପ୍ରଧାନ,ବସନ୍ତ ନାହକ,ଦିପକ ନାହକ,ତ୍ରିପତି ବେହେରା,ଚିନ୍ମୟ ପ୍ରଧାନ, ବିକ୍ରମ ପ୍ରଧାନ ପ୍ରମୂଖ ମ୍ୟାଚରେ ସହ ଯୋଗ କରିଥିଲେ ।



