Sunday, November 15, 2026
Home ଆଞ୍ଚଳିକ ମୁନିଗୁଡା ଅଞ୍ଚଳ ଉପସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ହରିଲୁଟ ।

ମୁନିଗୁଡା ଅଞ୍ଚଳ ଉପସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ହରିଲୁଟ ।

87

ରାୟଗଡା , ୧୯/୦୫/୨୨ ( ଜିଲ୍ଲା ଖବର ) : ସରକାର ସାଧରଣ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ରେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ବ୍ଲକ ର ପ୍ରାୟ ୨୩ ଟି ଗାଁ ଗୁଡିକରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲିଛନ୍ତି କିନ୍ତୁ ସ୍ୱାସ୍ଥ୍ୟ ସେବା ସୁନ ସାଙ୍ଗକୁ ହରିଲୁଟ ରେ ଵ୍ୟସ୍ତ କର୍ମଚାରୀ ଆସନ୍ତୁ ଦେଖିବା ଏଇ ବିଶେଷ ରିପୋର୍ଟ । ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁନିଗୁଡା ବ୍ଲକ ର ପ୍ରାୟ ୧୭ ଗୋଟି ପଞ୍ଚାୟତର ପ୍ରାୟ ୫୫,୨୩୩ ଲୋକଙ୍କ ପାଇଁ ସୁବିଧାରେ ସ୍ୱାସ୍ଥ୍ୟ ସେବାପାଇବା ପାଇଁ ମୋଟ ୨୩ ଗୋଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି ।ଏବଂ ୧୫ ଜଣ
ଙ୍କୁ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିଯୁକ୍ତି ଦିଆଯାଇ ମାସିକ ୧୫୦୦୦ ଟଙ୍କା ଦରମା ସହ ଅତିରିକ୍ତ ଇନ୍ସଣ୍ଟିଭ ଦେୟ କରାଯାଉଛି କିନ୍ତୁ ଦୀର୍ଘ ବର୍ଷ ହେବ ମୋଟ ୨୩ ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ଏ ଯାଏ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ , ଏ ଏନ ଏମ , ସ୍ୱାସ୍ଥ୍ୟ ସେବକଙ୍କ ଦେଖିବାର ସୁଯୋଗ ପାଉନାହାନ୍ତି ସାଧାରଣ ଲୋକେ ଏଥିରୁ ସ୍ପଷ୍ଟି ହେଉଛି କେମିତି ଚାଲୁଛି ସ୍ୱାସ୍ଥ୍ୟ ସେବା ।

ସ୍ୱାସ୍ଥ୍ୟ ସେବା ସଂପୂର୍ଣ ବିପର୍ଯ୍ୟସ୍ତ ହେଲେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡିକୁ ଆସୁଥିବା ମାସିକ ୧୫୦୦୦ ଟଙ୍କା ହିସାବ କଲେ ବାର୍ଷିକ ୧,୮୦,୦୦୦ ଓ ୨୩ ଟି କେନ୍ଦ୍ର କୁ ମୋଟ ଆସୁଥିବା ୪୧,୪୦,୦୦୦ ର ଟଙ୍କା ମିଳିମିଶି ଚଳୁ କରି ସ୍ୱାସ୍ଥ୍ୟ ସେବାରେ ଥିବା କର୍ମଚାରୀ ବେଶ ମାଲାମାଲ ଥିବା ଜଣାପଡିଛି।

କିନ୍ତୁ ବାସ୍ତବ ରେ ଦେଖିବାକୁ ଗଲେ ସାଧାରଣ ଲୋକ ଙ୍କ ସେବା ଓ ବିଭିନ୍ନ ଲୋକାର୍ପିତ କାର୍ଯ୍ୟକ୍ରମ ତଥା ଫେମିଲିପ୍ଲାନିଂ , ଜରୁରୀକାଳୀନ ସେବା , ଦୁର୍ଘଟଣା ଜନିତ ସେବା , ମେଲେରିଆ , ଡାଇରିଆ , ଡେଙ୍ଗୁ , ରକ୍ତଚାପ , ମଧୁମେହ , ପ୍ରସବ ଆଦି ସେବା ପାଇଁ ଆସୁଥିବା ଲକ୍ଷାଧିକ ଟଙ୍କା ମାସକୁ ମାସ ହରଣ ଚାଳ କରି ଲୋକଙ୍କୁ ହରଡ଼ଘଣାରେ ପକାଇ ବେଧଡକ ଲୁଟ କରିଚାଲିଛନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ।

ସରକାର କା ମାଲ ଦରୀୟା ମେ ଡାଲ ଭଳି ସ୍ୱାସ୍ଥ୍ୟ ବିଭାଗ ର ଏଭଳି କାର୍ଯ୍ୟ କୁ ତୀବ୍ର ନିନ୍ଦା କରାଯାଉଥିବା ବେଳେ ସରକାର ନିରୀହ ଲୋକ ଙ୍କୁ ତତ୍ପର କରି ଅଧିକ ଜାଣିବା ପାଇଁ ବିଭିନ୍ନ ଦିବସ ତଥା ସ୍ତନ ପାନ ଦିବସ , କର୍କଟ ଦିବସ , ଯକ୍ଷ୍ମା ଦିବସ , ମାତୃତ୍ୱ ଭଳି ୮୧ ଟି ଦିବସ ପାଇଁ ୨୩ ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁ ବାର୍ଷିକ ଗୋଟିଏ କେନ୍ଦ୍ର କୁ ମୋଟ ୬୮୪୦୦ ଟଙ୍କା ଦେୟ କରୁଥିବାବେଳେ ସିଧା ସଳଖ ଭାବେ ବାର୍ଷିକ ୧୪, ୯୦,୪୦୦ ଟଙ୍କା ର ଲୁଟ କରିଚାଲିଛି ବିଭାଗ ।ତେବେ ସାଧାରଣ ଲୋକେ ଏହାର ଟେର ପାଉନଥିବା ବେଳେ ଆଖିବୁଜା ବାଟମାରଣା ରେ ବେଶ ମସଗୁଲ ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟ ପଟେ ଦେଖିବାକୁ ଗଲେ ବିଭାଗୀୟ ଆଧିକାରୀ ଓଃ ଡାକ୍ତର ମାନେ ମନଇଚ୍ଛା ନିଜ ନିଜ କାର୍ଯ୍ୟ ତୁଲାଇ ମାସିକ ବେତନ ହଡପ ମଧ୍ୟ କରାଯାଉଛି । ଛୁଟି ରେ ଥାଇ ମଧ୍ୟ ପଞ୍ଜିକା ରେ ଉପସ୍ଥିତ ଦେଖାଇ , ରେଜିଷ୍ଟ୍ରର ପୁରଣ କରିଚାଲୁଛନ୍ତି । ୟା ଠୁ ବି ଅଧିକ ନିର୍ଲଜ କାମ ରେ ରୋଗୀ ନ ଦେଖି ମଧ୍ୟ ସୁସ୍ଥ ଲୋକଙ୍କୁ ରୋଗୀ ତାଲିକା ରେ ଯୋଗ କରି କାର୍ଯ୍ୟ ତୁଲାଇ ଚାଲିଛନ୍ତି । କୁମୁଡ଼ାବାଲି ଆୟୁଷ ଡାକ୍ତର ରୀନା ପରିଡା ଏହା ଆମ କ୍ୟାମେରା ରେ କଏଦ ହୋଇ ରହିଛି ।ଗତ ପାଞ୍ଚ ବର୍ଷ ର ଆକଳକ କୁ ନେଲେ କେତେ ଯେ ଅର୍ଥ ପାଣିରେ ଯାଇଛି ତାହାର ଆକଳନ ନାଇଁ ।


ସ୍ୱାସ୍ଥ୍ୟ ବିଭାଗ ପାଇଁ ଆସୁଥିବା ଅର୍ଥ ହଡପ ରାୟଗଡା ଜ଼ୀଲା ର ମୁନିଗୁଡା ବ୍ଲକ ର ନିରୀହ ଆଦିବାସୀ ଅଧିକାଂଶ ରେ ଜାଣି ପାରୁନଥିବା ବେଳେ ଏଇ ବ୍ଲକ ରେ ବାସ କରୁଥିବା ୧୦ ଭାଗ ବିତଶାଳୀ ଲୋକେ କେବେବି ସ୍ୱାସ୍ଥ୍ୟ ସେବାପାଇଁ ଯାଆନ୍ତି ନାହିଁ ।ତେଣୁ ହରିଲୁଟ ରେ ବୋଧେ ମୁନିଗୁଡା ବେଶ ଆଗୁଆ ରେ ରହିଛି । ଯଦି ସ୍ୱାସ୍ଥ୍ୟ ବିଭାଗ ର ଭାନୁମତି ପେଡି ଖୋଲିଲେ ଅଧିକ ରୁ ଅଧିକ ଅର୍ଥ ହଡପ ର ଚେହେରା ପର୍ଦ୍ଦାଫାଶ ହୋଇ ଜଣାପଡିବ ।


ଲୋକଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳୁନଥିବା ବେଳେ ଏଇ ଅଂଚଳରେ ରେ ମଧ୍ୟ ଅଧିକାଂଶ ମେଟ୍ରିକ ଫେଲ ବଙ୍ଗାଳି ଡାକ୍ତର ଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଅନେକ ଜାଗା ରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଗୁଡିକରେ କେବଳ ରଙ୍ଗ ଦିଆ ବିଲ୍ଡିଙ୍ଗ ଅଛି କିନ୍ତୁ ଦୀର୍ଘ ବର୍ଷ ହେବ ତାଲା ପଡିଛି । ଚଞ୍ଚକତା କରି ଅଦରକାରୀ ଜାଗା ଗୁଡିକରେ ନିର୍ମାଣ ହୋଇଥିବା କେନ୍ଦ୍ର କେବଳ ଠିକାଦାର ଓ ଅଧିକାରୀ ଙ୍କ ହାତ ଚିକ୍କଣ ପାଇଁ କରାଯାଇଛି କିନ୍ତୁ ସେବା ତ ଦୂରର କଥା ଖାଲି କାଗଜ କଲମରେ ଚାଲିଛି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର । କିଏ ମାଗିବ ହିସାବ ? କିଏ କରିବ ତଦନ୍ତ ?
କିଏ ଜଣେ ବୁଦ୍ଧିଜୀବୀ ଲୋକଙ୍କ ସେବା ରେ ବାହାରି ବିକାଶ ର ଧାରା ତ୍ୱରାନ୍ୱିତ କରିବ ? ନା ଏଇ ବାଟମାରଣା ସେମିତି ଚାଲୁଥିବ ନା ଯୋଜନା ର ନାଁ ହରିଲୁଟ ହୋଇ ରହିଯିବ ।