
ଆସିକା,୧୮/୦୫/୨୨ (ଜିଲ୍ଲା ଖବର ) : କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ବ୍ୟବଧାନ ପରେ ଆଜି ଆସିକା ସବଡ଼ିଭିଜ ଡାକ୍ତର ଖାନା ଠାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିନେତା ସ୍ୱାଇଁ, ବି ଡି ଓ ରୋଶନ ଶତପଥୀ, ଆସିକା ଡାକ୍ତର ଖାନା ଭାରପ୍ରାପ୍ତ ଅଧିକାରୀ ଦୀପକ କୁମାର ସାମନ୍ତରା ପ୍ରମୁଖ ଯୋଗ ଦେଇଥିଲେ। ଆସିକା ଏନଏସି ଅଧକ୍ଷା ଙ୍କ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ରୋଗୀ କଲ୍ୟାଣ ସମିତି ବରିଷ୍ଠ ସଭ୍ୟ ଆଇନଜିବି ଅଜିତ ପଟ୍ଟନାୟକ, ପଲ୍ଲୀ ଶ୍ରୀ ସ୍ୱେଚ୍ଛାସେବୀ ସଂଘର ସଭାପତି ସତ୍ୟନାରାୟଣ ରଥ, ଆଇନଜିବି ଅନିଲ୍ ପାଣିଗ୍ରାହୀ, ଅବସର ପ୍ରାପ୍ତ ଡ. ଦଣ୍ଡପାଣି ମହାନ୍ତି, ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘଠନ (ଅରୁଣ) ର ପ୍ରତିନିଧି ରୁନୀ ପାଣିଗ୍ରାହୀ, ପ୍ରମୁଖ ଯୋଗଦେଇଥିଲେ। ଡ. ସାମନ୍ତରା ବିଧାୟିକା ଓ ନବନିର୍ବାଚିତା ନଗର ପାଳିକାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଡ. ସାମନ୍ତରାୟଙ୍କ ଅନୁମତି କ୍ରମେ (BADA) ପୁର୍ଣ୍ଣଚନ୍ଦ୍ର ପାଢୀ ବୈଠକର କାର୍ଯ୍ୟସୂଚି ପାଠସହ ଦୁଇ ବର୍ଷର ଆୟବ୍ୟୟ ପଠନ ସହ ପୂର୍ବ ବର୍ଷର ସଭାର ନିଷ୍ପତ୍ତି ଦୃଢିକରଣ କରିଥିଲେ। ଏହି ବର୍ଷ କାୟା କଳ୍ପ ପକ୍ଷରୁ ଆସିକା ସବଡ଼ିଭିଜନ ଡାକ୍ତରଖାନା ପୁରସ୍କାର ପାଇଥିବା ଘୋଷଣା ସହ ସମସ୍ତ କର୍ମଚାରୀ ମାନଙ୍କୁ ଉଚ୍ଚ ପ୍ରଶଂସା ସହ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଆସିକା ସବଡ଼ିଭିଜନ ଡାକ୍ତରଖାନା ରେ ନିୟମ ଅନୁଯାୟୀ ୧୮ ଜଣ ଡାକ୍ତର ପ୍ରତି ବଦଳରେ ଜଣେ ଡାକ୍ତର ଅଛନ୍ତି । ତୁରନ୍ତ ଡାକ୍ତର ପଦବୀ ପୂରଣ ପାଇଁ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଡାକ୍ତର ଖାନା ଆମ୍ବୁଲାନ୍ସ କୁ କାର୍ଯ୍ୟକାରୀ କରିବା । ଡିଜିଟାଲ ଏକ୍ସରା ତୁରନ୍ତ ପ୍ରତିଷ୍ଠା କରିବା ବିଧାୟିକା ଙ୍କ ହାତପାଣ୍ଠି ରୁ ଶବ ବୁହା ଗାଡି ଶବ ବ୍ୟବଚ୍ଛଦ ଗୃହ ନିର୍ମାଣ ସହ ବିଜୁଳି ସଂଯୋଗ ଡାକ୍ତର ଖାନା ଓଭରହେଡ଼ ଟାଙ୍କି କୁସଂଯୋଗ ପାଇଁ ଦୁଇଟି ପମ୍ପ ଖୋଳିବା ଅସହ୍ୟ ଗରମ ତାତିରୁ ରୋଗୀଙ୍କୁ ରକ୍ଷା ପାଇଁ ଛାତରେ ଛଣ ପକାଇବା, ମେଡିକାଲ ଆବର୍ଜନା ନିୟମିତ ଏନଏସି ପକ୍ଷରୁ ନେବା, ମେଡିକାଲର ଜବର ଦଖଲ ଉଚ୍ଛେଦ ସହ ମେଡିକାଲର ଭାଙ୍ଗି ଯାଇଥିବା ସମସ୍ତ ପାଚେରୀ ତୁରନ୍ତ ନିର୍ମାଣ କରିବା ସହ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ସଭା ଶେଷରେ ମେଡିକାଲ ବିପିଏମ ସରୋଜ ପାଢ଼ୀ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।


