
ଆସିକା,(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ଟାଉନହଲ ଖେଳ ପଡିଆ ଠାରେ ଚାଲିଥିବା ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ ଆଜି ଉଦଯାପିତ ହୋଇଯାଇଛି । ଏହି ଭଲିବଲ ଟୁର୍ଣ୍ଣାମେଟଂ ବିଶିଷ୍ଟ ଭଲିବଲ ଖେଳାଳୀ ସ୍ୱର୍ଗତ ଶମ୍ଭୁ ଚୈାଧୁରୀଙ୍କ ସ୍ମୃତିରେ ଆସିକା ଟାଉନ ହଲ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଟଂରେ ୧୬ଟି ଭଲିବଲ ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ଏହି ଉଦଯାପତି ଫାଇନାଲ ମ୍ୟାଚରେ ଗଜପତି ଜିଲ୍ଲା ଗୁମ୍ମା ଭଲିବଲ ଦଳ ସହିତ ମୋହନା ସେଟଂ ପିଟର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ ମ୍ୟାଚରେ ଗୁମ୍ମା ଭଲିବଲ ଦଳ ୩-୨ ସେଟରେ ପଏଟଂ ହାସଲ କରି ବିଜୟୀ ହୋଇଥିବା ବେଳେ ମୋହନା ସେଟଂ ପିଟର ଭଲିବଲ ଦଳ ପରାଜିତ ହୋଇଥିଲା । ମ୍ୟାନ ଅଫ ଦି ମ୍ୟାଚ ଭାବେ ମୋହନା ସେଟଂ ପିଟର ଦଳର ଖେଳାଳୀ ବାଦଲ ନାୟକ ଅତିଥିଙ୍କ ଦ୍ୱାରା ବିବେଚିତ ହୋଇ ୨୨୦୦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।
ସେହିଭଳି ଶ୍ରେଷ୍ଠ ଖେଳାଳୀ ଭାବେ ମୋହନା ସେଟଂ ପିଟର ଦଳର ବୁଲୁ ପରିଛା, ଶ୍ରେଷ୍ଠ ନେଟ ଖେଳାଳୀ ଭାବେ ତବୁନ ନାୟକ, ଶ୍ରେଷ୍ଠ ହିଟର ଭାବେ ଗୁ୍୍ମ୍ମା ଭଲିବଲ ଦଳର ଖେଳାଳୀ ଶ୍ରୀ ନକ୍ସଲ ମଣ୍ଡଳଙ୍କୁ ସମ୍ଭର୍ଦ୍ଧନା ଘୋଷିତ କରାଯାଇଥିଲା ।ଏହି ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଟିତ ହୋଇଥିବା ବେଳେ ଆସିକା ଆଥଲେଟିକ ଆସୋସିଏସନ ଟାଉନହଲ ସଭାପତି ଦିଲ୍ଲିପ କୁମାର ପାଣିଗ୍ରାହି ସଭାକୁ ପରିଚାଳନା କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ,ଆସିକା ମା ଖମ୍ବେଶ୍ୱରୀ ମନ୍ଦିର ପରିଚାଳାନ ସଭାପତି ସତ୍ୟ ନାରାୟଣ ସ୍ୱାଇଁ,ବରଗାଁ ସମିତି ସଭ୍ୟ ଶିବ ନାହକ,ଜିଲ୍ଲା ପରିଷଦ ଶିବ ଶଙ୍କର ମହାନ୍ତି,ଯୁବ ବିଜେଡି ନେତା ନଚିକେତା ସ୍ୱାଇଁ,ଆଇନଜୀବୀ ଅଜିତ କୁମାର ଚୈାଧୁରୀ,ଜିଲ୍ଲାପରିଷଦ ପ୍ରତିନିଧି ରାଜେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଆସିକା ଟାଉନହଲ ଆଥଲେଟିକ ଆସୋସିଏସନ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା । ଏହା ପରେ ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ ଓ ଶ୍ରୀ ଗଣେଶଙ୍କ ନିକଟରେ ମନ୍ତ୍ରପାଠ ଧ୍ୱନୀରେ ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା । ଏହି ଫାଇନାଲ ମ୍ୟାଚରେ ବିଜୟୀ ହୋଇଥିବା ଗୁମ୍ମା ଭଲିବଲ ଦଳକୁ ଟ୍ରଫି ସହ ନଗଦ ୩୦ ହଜାର ୩୩୩ ଟଙ୍କା ଅର୍ଥ ରାଶି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

ସେହିପରି ରନର୍ସ ଦଳ ମୋହନା ସେଟଂ ପିଟର ଦଳକୁ ଟ୍ରଫି ସହ ନଗଦ ୨୩ ହଜାର ୩୩୩ଟଙ୍କ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣା ମେଟଂରେ ରେଫରୀ ଦାୟିତ୍ୱରେ ସ୍ୱଦେଶ ଦଳେଇ ଦାୟିତ୍ୱ ତୁଲାଇଥିବା ବେଳେ ସ୍କୋରରେ ଦାୟିତ୍ୱରେ ମଟଂ ନାହକ,ସଂଗ୍ରାମ ସ୍ୱାଇଁ ଏବଂ ଧାରାବିବରଣିରେ ବିଶିଷ୍ଟ କ୍ରିଡାବିତ ତଥା କ୍ରିଡା ଶିକ୍ଷକ ଚିତରଞ୍ଜନ ଆଚାର୍ଯ୍ୟ,ଆଇନଜୀବୀ ବିଦେଶୀ ନାହକ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଏହି ଟୁର୍ଣ୍ଣାମେଟଂରେ ଆସିକା ଟାଉନହଲ ଆଥଲେଟିକ ଆସୋସିଏସନ ସଭାପତି ଦିଲ୍ଲିପ କୁମାର ପାଣିଗ୍ରାହି,ଉପସଭାପତି ବି.ତେଜେଶ୍ୱର ରେଡି, ସେକ୍ରେଟାରୀ ଭାବେ ଏମ.ତାରିଣୀ ସେନାପତି, ଜଏଟଂ ସେକ୍ରେଟାରୀ ଭାବେ ଏମ.ଶତ୍ରୁଘ୍ନ ରେଡି, କୋଷାଧ୍ୟକ୍ଷ ଭାବେ ଲିଙ୍ଗରାଜ ପଣ୍ଡା ପ୍ରମୁଖ ଯୋଗ ଦେଇ ଟୁର୍ଣ୍ଣାମେଟଂ ପରିଚାଳନା ଦାୟିତ୍ୱରେ ଥିଲେ ।

ଏହି ଉଦଯାପିତ ଟୁର୍ଣ୍ଣାମେଟଂ ଅବସରରେ କାଠମାଣ୍ଡୁ ଠାରେ ହୋଇଥିବା ଚତୁର୍ଥ ଇଣ୍ଡୋ-ନେପାଳ ଗେମ୍ସ-୨୦୧୯ ସ୍ୱର୍ଣ୍ଣପଦକ ବିଜେତା ଭାରତୀୟ କବାଡି ଦଳ ସଦସ୍ୟ ତଥା ଆସିକା କବାଡି ଦଳ ଖେଳାଳୀ ଅଜିତ କୁମାର ଜେନା,ଲେହର ଉଚ୍ଚତମ ଶୃଙ୍ଗ ମାଉଟଂ ଷ୍ଟକ କାଗ୍ରିଂ ପର୍ବତାରୋହଣୀ ରଚିତା ନାୟକ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇକୋନୋମିକରେ ଟପର ହୋଇଥିବା ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଛାତ୍ରୀ ଅନୀତା କୁମାରୀ ସାହୁଙ୍କୁ ପୁରସ୍କାର ଓ ଅର୍ଥରାଶି ପ୍ରଦାନ ସହ ସମ୍ଭର୍ଦ୍ଧନା କରାଯାଇଥିଲା । ଆସିକା କାଳଷଣ୍ଡପୁର ବିଶିଷ୍ଟ ମଚଂ କଳାକାର ତଥା କ୍ରିଡାବିତ ଆଦିକାନ୍ତ ନାୟକଙ୍କ ସୁପୁତ୍ର ଅଭିନାଶ ନାୟକ ଷ୍ଟାରପ୍ଲସ ପ୍ରାୟୋଜିତ ମାଷ୍ଟର ସେଫ କାର୍ଯ୍ୟକ୍ରମରେ କୃତିତ୍ୱ କରିଥିବାରୁ ଆସିକା ପାଇଁ ଗୈାରବାନ୍ୱିତ ହୋଇଥିବାରୁ ତାଙ୍କୁ ଆସିକା ଟାଉନହଲ ଆଥଲେଟିକ ଆସୋସିଏସନ ପକ୍ଷରୁ ଶୁଭେଚ୍ଚା ପ୍ରଦାନ କରାଯାଇଥିଲା ।



