Saturday, November 14, 2026
Home ଆଞ୍ଚଳିକ ବେଲଗୁଣ୍ଠା ଏନ୍ଏସିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ଜଳ ସ୍ଵଚ୍ଛତା ଦିବସ।

ବେଲଗୁଣ୍ଠା ଏନ୍ଏସିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ଜଳ ସ୍ଵଚ୍ଛତା ଦିବସ।

91

ବେଲଗୁଣ୍ଠା , ୧୭/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଗ୍ରୀନ୍ ସିଟି ମିଶନ୍ ପକ୍ଷରୁ ସୋମବାର ଜଳ ସ୍ଵଚ୍ଛତା ଦିବସ ପାଳନ କରାଯିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏନ୍ଏସି ସିଟି ମିଶନ୍ ମ୍ୟାନେଜର୍ ପ୍ରଫୁଲ୍ଲ କୁମାର ଷଡଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କାଉନସିଲର୍ ଏସ୍ ଭାସ୍କର ପାତ୍ର, ବିଶ୍ଵନାଥ ଦଳାଇ, ପ୍ରତିମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I

ଏଥିରେ ଏନ୍ଏସିର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ I ବେଲଗୁଣ୍ଠା ସହରକୁ ସ୍ଵଚ୍ଛ ଏବଂ ସବୁଜ କରିବା ପାଇଁ ଏନ୍ଏସି ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଲୁ ରହିବ ବୋଲି ସିଟି ମିଶନ୍ ମ୍ୟାନେଜର୍ ଶ୍ରୀ ଷଡଙ୍ଗୀ ପ୍ରକାଶ କରିଛନ୍ତି I

କାର୍ଯ୍ୟକ୍ରମ ପରିଚାଳନାରେ ସିଇଓ ଅଞ୍ଜଳି କୁମାରୀ ପଣ୍ଡା, ସ୍ଵଚ୍ଛ ସାଥୀ, ସୁପରଭାଇଜର ପାୟଲ ମହାପାତ୍ର, ସାନିଟେସନ୍ ସୁପରଭାଇଜର ଶିବରାମ ଚୌଧୂରୀ, ବାବୁଲା ଗୌଡ଼, ମହେନ୍ଦ୍ର ଦାସ ମୁକ୍ତା କୋର୍ଡିନେଟର୍ ସରୋଜ କୁମାର ପଣ୍ଡା,ମଙ୍ଗୁଳୁ ମୁନି, କ୍ଷୀରୋଦ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ I