
ଆସିକା,(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ବ୍ଲକ ଅନ୍ତର୍ଗତ ସିଦ୍ଧନଇ ପଚାଂୟତ ଅଧିନ ମହାରାଜପୁର ଗ୍ରାମ ପରିକ୍ରମା କରିଲେ ବିଧାୟିକା ମଞ୍ଜୁଳା ସ୍ୱାଇଁ । ଆଜି ମହାରାଜପୁର ଗ୍ରାମ ପକ୍ଷରୁ ବିଧାୟିକାଙ୍କୁ ଗାଁ ମୁଣ୍ଡରୁ ଫୁଲତୋଡା ଦେଇ ସ୍ୱାଗତ କରିବା ସହ ଗ୍ରାମ ପରିକ୍ରମା କରାଇଥିଲେ । ଏହି ଅବସରରେ ଗ୍ରାମ ରଘୁନାଥ ମନ୍ଦିର ଦର୍ଶନ କରିଥିଲେ । ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମରୁ ପଚଂମ ଶ୍ରେଣି ପାଇଁ ଦୁଇଟି ଶ୍ରେଣୀ ଗୃହ ରହିଥିବା ଯୋଗୁଁ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ଦିର୍ଘ ଦିନ ଧରି ସମସ୍ୟା ଉପୁଜିଥିବା ଅନୁଧ୍ୟାନ କରିଥିଲେ । ଏଥିପାଇ ସ୍ପେଶିଆଲ ପ୍ରବ୍ଲୋମ ଫଣ୍ଡ (ସିଏଫସି)ରେ କୋଠରୀ ନିର୍ମାଣ ପାଇଁ ଦାବୀ ସହ ଦିର୍ଘ ଦିନ ଧରି ପାଣି ଗଳୁଥିବା ମନ୍ଦିର ନିର୍ମାଣ ପାଇଁ ବିଧାୟିକା ଫାଣ୍ଠିରୁ ଅର୍ଥ ଯୋଗାଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସେହିଭଳି ଏକ କୋଟି ଟଙ୍କାରେ ବ୍ୟୟ ବନ୍ୟା ଆଶ୍ରୟ ସ୍ଥଳିର ବକେୟା କାର୍ଯ୍ୟ ପାଇଁ ସମିକ୍ଷା କରିଥିଲେ । ବଡନଦୀ ଉପରେ ନିର୍ମିତ ଜଗଦଳପୁର-ଅତରଙ୍ଗ ବ୍ରିଜ ତୁରନ୍ତ ନିର୍ମାଣ ପାଇଁ ବିଧାୟିକା ପରିଦର୍ଶନ କରିଥିଲେ । ଏହାପରେ ଗ୍ରାମବାସୀ ପକ୍ଷରୁ ପହଲି ଭୋଗ ପ୍ରସାଦ ସେବନ କରିଥିଲେ ।



