
ହିଞ୍ଜିଳିକାଟୁ , ୧୭/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅଧୀନ ବୁରୁପଡ଼ା ବେଲ ପୋଖରୀରେ ଏକ ବୃଦ୍ଧ ଭାସମାନ ଅବସ୍ଥାରେ ଉଦ୍ଧାର। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ବୃଦ୍ଧ ଜଣଙ୍କ ଦିନ ଏକ ଘଣ୍ଟା ସମୟରେ ଗାଧୋଇବାକୁ ଯାଇଥିଲେ ପରେ ସନ୍ଧ୍ୟା ୩ ଘଣ୍ଟା ସମୟରେ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଗୋଧୋଇବାକୁ ପୋଖରୀକୁ ଯାଇଥିଲେ ସେଠାରେ ତାଙ୍କ ଗୋଡ଼ଟି ବୃଦ୍ଧ ଜଣଙ୍କୁ ବାଜିଥିଲା।

ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଜଣାଇଥିଲେ । ଅଗ୍ନିସମ ବିଭାଗ ର ଅଧିକାରୀ ମାନେ ଆସି ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ ଓ ହିଞ୍ଜିଳି ପୋଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ ହେଉଛନ୍ତି ବୁରୁପଡ଼ା ଗ୍ରାମର ପାହନ ସାହିର କାମ୍ପ ପାହନ, ବୟସ ୬୦ ବୋଲି ଜଣା ପଡିଛି।



