Sunday, October 11, 2026
Home ଆଞ୍ଚଳିକ ଷୋହଳ ପ୍ରହର ନାମ ଯଜ୍ଞ ରେ ମୁନିଗୁଡା ଚଳ ଚଞ୍ଚଳ।

ଷୋହଳ ପ୍ରହର ନାମ ଯଜ୍ଞ ରେ ମୁନିଗୁଡା ଚଳ ଚଞ୍ଚଳ।

114

ରାୟଗଡା , ୧୭/୦୫/୨୨ ( ଜିଲ୍ଲା ଖବର ) : ମୁନିଗୁଡା ସଦର ମହକୁମା ର ବଗିଚାପଡା ଠାରେ ଗତ ୧୩ ତାରିଖ ସନ୍ଧ୍ୟା ରେ କଳସ ଯାତ୍ରା ସହିତ ଭଗବାନ ଙ୍କ ଉଦ୍ଦଶ୍ୟରେ ଷୋହଳ ପ୍ରହରୀ ନାମ ଯଜ୍ଞ ର ଅୟମାରମ୍ଭ କରାଯାଇ ରୀତି ନୀତି ଅନୁଯାୟୀ ମୁନିଗୁଡା ବଗିଚା ସାହି ର ସମଗ୍ର ନରନାରୀ ଏକତ୍ରିତ ହୋଇ ହରେରାମ ହରେକୃଷ୍ଣ ନାମ ରେ ବିମଗ୍ନ ହୋଇ ଉଠିଥିଲେ । ଭଗବାନ ଶ୍ରୀ ବିଷ୍ଣୁ , ଶ୍ରୀ କୃଷ୍ଣ , ଶ୍ରୀ ଚୈତନ୍ୟ ଙ୍କ ଫୋଟୋ ସ୍ଥାପନ ସହ ନୂତନ ସଂକୀର୍ତ୍ତନ ମଣ୍ଡପ ଉଦ୍ଘାଟନ ସହ ବ୍ରାହ୍ମଣ ମାନଙ୍କ ଦ୍ୱାରା ଯଜ୍ଞ ମଣ୍ଡପ ରେ ଯଜ୍ଞ ର ଆରମ୍ଭ ହୋଇଥିଲା ।

ମୁନିଗୁଡା ତଥା କଳାହାଣ୍ଡି , ବଲାଙ୍ଗୀର ଓ ରାୟଗଡା ର ସଂକୀର୍ତ୍ତନ ଦଳ ରାମ ନାମ ରେ ପ୍ରକମ୍ପିତ ହୋଇଥିଲା ଭକ୍ତିମୟ ପରିବେଶରେ ଆଧ୍ୟାତ୍ମିକ ଭାବ ର ଉଦ୍ରେକ ହୋଇଥିଲା । ନାମ ସଂକୀର୍ତ୍ତନ ବେଳେ ମୁନିଗୁଡା ବ୍ଲକ ର ଅନେକ ଅଞ୍ଚଳ ରୁ ଭକ୍ତ ଙ୍କ ସମାଗମ ରେ ମୁନିଗୁଡା ଅଞ୍ଚଳ ଗହଳି ଦେଖିବାକୁ ମିଳିଥିଲା । ତେବେ ଦୀର୍ଘ ବର୍ଷ ହେବ ଏଇ ସଂକୀର୍ତ୍ତନ ପରମ୍ପରା କୁ ବଜାଇ ରଖିବା ପାଇଁ ବଗିଚାସାହି ବାସିନ୍ଦା ଗତ ତିନି ବର୍ଷ ହେବ କରନା କଟକଣା ଯୋଗୁଁ ଅତି ସାଧାରଣ ଭାବେ ରୀତିନୀତି ପାଳନ ଯୋଗୁଁ ମନ ଦୁଃଖ ରେ ଥିବାବେଳେ ଚଳିତ ବର୍ଷର କଟକଣା ନ ଥିବା ବେଳେ ମୁନିଗୁଡା ବଗିଚାପଡା ଭକ୍ତ ଙ୍କ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଛି ।

ଲୋକେ ଆନନ୍ଦ ଉଲ୍ଲାସର ସହିତ ଭକ୍ତିମୟ ପରିବେଶ ରେ ନିଜ ନିଜ ର ଦୁଃଖ ଭୁଲି ମଣ୍ଡପ ରେ ଏକତ୍ରିତ ହୋଇଛନ୍ତି । ଏହା ମଧ୍ୟ ଏକ ସୌଭାଗ୍ୟ ବୋଲି ଅନେକ ମତ ପ୍ରକାଶ କରିଛନ୍ତି ।ଏବଂ ଦୁଇଦିନ ଦୁଇ ରାତି ପୂଜାର୍ଚ୍ଚନା ସହ ଅଖଣ୍ଡ ନାମ ଯଜ୍ଞ କରାଇଥଲା ଶେଷରେ ପୂର୍ଣାହୁତି ସହ ପ୍ରାୟ ୩ ଦିନ ଯାଏ ସମସ୍ତ ଲୋକ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ପାଇଁ ମୁନିଗୁଡା ବଗିଚାପଡା ଜନତା ଚିର ସ୍ମରଣୀୟ ହୋଇ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ କେଇ ଦିନ ହେଲା ଦୂରତ୍ୱ କମିଯାଇଥିବା ଭଳି ସାଧାରଣ ଲୋକେ ଅନୁଭବ କରିଥିବା ମତ ମଧ୍ୟ ଆସିଥିବା ଜଣାପଡିଛି ।ଅନେକ ବଦନ୍ୟ ବ୍ୟକ୍ତି ମଧ୍ୟ ଅନେକ କିଛି ଦାନ କରି ନିଜକୁ ଭଗବାନ ଙ୍କ ପାଦ ରେ ନିଜକୁ ସମର୍ପଣ କରି ନିଜ ନିଜକୁ ଧନ୍ୟ ମନେକରିଥିବା ଜଣାପଡିଛି ।