Monday, November 16, 2026
Home ଆଞ୍ଚଳିକ ବୁଦ୍ଧ ପୂର୍ଣ୍ଣିମାରେ ବୁଦ୍ଧଖୋଲରେ ଶ୍ରଦ୍ଧାଳୁ ପର୍ଯ୍ୟଟକଙ୍କ ଭିଡ ।

ବୁଦ୍ଧ ପୂର୍ଣ୍ଣିମାରେ ବୁଦ୍ଧଖୋଲରେ ଶ୍ରଦ୍ଧାଳୁ ପର୍ଯ୍ୟଟକଙ୍କ ଭିଡ ।

104

ବୁଗୁଡା , ୧୭/୦୫/୨୨ ( ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ନିକଟସ୍ଥ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ତଥା ପଞ୍ଚଶମ୍ଭୁ ଙ୍କ ଦର୍ଶନ ପାଇଁ ବୁଦ୍ଧ ପୂର୍ଣ୍ଣିମା ଏବଂ ସୋମବାର ଅବସରରେ ପଞ୍ଚ ମହାଦେବଙ୍କ ଐତିହ୍ୟ ପୀଠ ବୁଦ୍ଧଖୋଲରେ ବହୁ ସଂଖ୍ୟାରେ ଦର୍ଶକମାନଙ୍କ ଭିଢ ଦେଖିବାକୁ ମିଳିଛି।

ପ୍ରତି ଦିନ ଏହି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ମଧ୍ୟ ପଞ୍ଚ ଶମ୍ଭୁଙ୍କ ମିଳନ ସ୍ଥଳୀ ହୋଇଥିବାରୁ ଦର୍ଶକଙ୍କ ଭିଡ ସୋମବାର ସମେତ ସମସ୍ତ ଦିନ ଗୁଡିକରେ ମଧ୍ୟ ଭିଡ ଦେଖିବାକୁ ମିଳିଛି।

ଏହି ଅବସରରେ ବଣ ଭୋଜିଭାତ ପ୍ରସ୍ତୁତ କରି ଭୋଜନର ମଜା ନେଇଥିଲେ। ତା’ପରେ ଇକୋ ପାର୍କକୁ ଯାଇ ସମସ୍ତ ପ୍ରକାରର ଦୃଶ୍ୟକୁ ଉପଭୋଗ କରି ସାୟଂ କାଳରେ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ତ୍ରିଲୋଚନ ପଣ୍ଡା ମଧ୍ୟ ପରିଦର୍ଶନରେ ଯାଇଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।