
ଆସିକା,(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠୀତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଜୟଶ୍ରୀ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଆସିକା ଟେକନିକକାଲ ହାଇସ୍କୁଲ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ.ଯୁଧିଷ୍ଟିର ଦୋରା,ମୁଖ୍ୟବକ୍ତା ଭାବେ କେନ୍ଦ୍ର ବିଦ୍ୟାଳୟ ପରିଚାଳନା କିମିଟିର ଅଭିଭାବକ ସଭ୍ୟ ଡଃ.ବିଶ୍ୱରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସଭା ମଚଂ ନିକଟକୁ ପାଛୋଟି ଆଣିଥିଲେ । ବିଦ୍ୟାଳୟର ଅଧ୍ୟାପକ ଦିପକ କୁମାର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା ।

ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଅଧ୍ୟାପକ ଦିପକ କୁମାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅଧ୍ୟକ୍ଷା ଶ୍ରୀମତି ଜୟଶ୍ରୀ ତ୍ରିପାଠି ବାର୍ଷିକୀ ବିବରଣି ପାଠ କରିଥିଲେ । ମୁଖ୍ୟବକ୍ତା ଡଃ.ଦାଶ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ବେଳେ ଶୃଙ୍ଖଳା ରଖିବା ସହ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ପାଠ ପଢି ଭବିଷ୍ୟତ ଗଠନ କରିବା ପାଇଁ ଉଦେଶ ପ୍ରଦାନ କରିଥିଲେ । ସେହିଭଳି ମୁଖ୍ୟ ଅତିଥି ଏ.ଯୁଧିଷ୍ଟିର ଦୋରା ଭାରତ ବିଶ୍ୱରେ ଏକ ପରମ ବୈଭବଶାଳୀ ରାଷ୍ଟ୍ର ରୁପେ ପରିଗଣିତ ହେଉଥିବା ବେଳେ ଏ ଦେଶର ଛାତ୍ରଛାତ୍ରୀ ମାନେ ସମୟ ଉପଯୋଗୀ ପାଠ୍ୟ କ୍ରମରେ ମନୋନିବେଶ କରିବା ପାଇଁ ଆହ୍ୱାନ ଦେଇଥିିଲେ ।

ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୩୧୩ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତି କାର୍ଯ୍ୟକ୍ରମରେ ଗଣେଶ ବନ୍ଧନା,କ୍ଲାସିକାଲ ଡ୍ୟାନ୍ସ,ସମ୍ବଲପୁରୀ,ମରାଠୀ,ପଞ୍ଜାବୀ, ଗୁୁଜରାଠି ପ୍ରମୁଖ ନୃତ୍ୟ ପରିବେଷଣ କରାଯାଇଥିଲା । ଅଧ୍ୟାପକ କୃଷ୍ଣଚନ୍ଦ୍ର ବେହେରା ଏହା ସଭା ସଂଯୋଜନା କରିଥିଲେ । ସେହିଭଳି ଏହି ବାର୍ଷିକ ଉତ୍ସବରେ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ସହ ଯୋଗ କରିଥିଲେ ।



