
ରାୟଗଡା , ୧୭/୦୫/୨୨ ( ଜିଲ୍ଲା ଖବର ) : ଆର୍ଥିକ ବର୍ଷରେ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଥେରୁବାଲି ଗ୍ରାମ ପଞ୍ଚାୟତର ବାରିଗୁଡା ଗ୍ରାମ ଠାରେ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ମଣ୍ଡପ ର ଶୁଭ ଉଦଘାଟନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଇମ୍ଫା ଶିଳ୍ପ ଗୋଷ୍ଠୀ ସଚ୍ଚିବାଳୟ ର ମୁଖ୍ୟ ଶ୍ରୀଯୁକ୍ତ ପ୍ରେମ ଖଣ୍ଡେଲୱାଲ ଙ୍କ କରକମଳ ରେ ଶ୍ରୀମତୀ କବିତା ଖଣ୍ଡେଲୱାଲ ଓ ଇମ୍ଫା-ଥେରୁବାଲି ର ଉପସଭାପତି ଶ୍ରୀମାନ ଆଶିଷ କୁମାର ରାୟ ଓ ଶ୍ରୀମତି ସୋମା ରାୟ ଓ ଥେରୁବାଲି ସରପଞ୍ଚ ସୁଶ୍ରୀ ମମତା ପୁଲକା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତି ରେ ଗ୍ରାମ୍ୟ ମଣ୍ଡପ ଟି ଉଦଘାଟିତ ହୋଇଛି।

ଗ୍ରାମବାସୀମାନେ ଅତିଥି ମାନଙ୍କୁ ପାରମ୍ପରିକ ବାଦ୍ୟ, ନୃତ୍ୟ ଗୀତ ର ତଳେ ତଳେ ଗ୍ରାମ ଭିତରକୁ ପାଛୋଟି ନେଇଥିଲେ । ଗ୍ରାମାଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ଶ୍ରୀମାନ ଖଣ୍ଡେଲୱାଲ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସ୍ଥାପିତ ନଳକୂପକୁ ଲୋକାର୍ପଣ କରିବା ପରେ ଗ୍ରାମ୍ୟ ମଣ୍ଡପ କୁ ନାଲି ଫିତା କାଟି ଉଦ୍ଘାଟିତ କରିଥିଲେ । ଇମ୍ଫା ଦ୍ଵାରା ବାରିଗୁଡା ଗ୍ରାମରେ ଏଭଳି ଏକ ମଣ୍ଡପ ଓ ନଳକୂପ ସ୍ଥାପନ କରାଯାଇଥିବାରୁ ଗ୍ରାମର ମୁଖ୍ୟ ଶ୍ରୀମାନ ଗୋପାଳ ହିକକା ,ସୁଶ୍ରୀ ସାବିତ୍ରୀ ହିକକା , ଶ୍ରୀମାନ ତ୍ରିନାଥ ହିକକା ଇମ୍ଫା କର୍ତ୍ତୁପକ୍ଷ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏଥିପୂର୍ବରୁ ଗତକାଲି ଇମ୍ଫା ଏମ୍ପ୍ଲୋଇଜ କ୍ଲବରେ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଚାଲୁ ରହିଥିବା ଗ୍ରାମୀଣ ମହିଳା ସିଲେଇ ତାଲିମ କେନ୍ଦ୍ରରେ ଆଖପାଖ ୫ଟି ଗ୍ରାମ-ପଞ୍ଚାୟତରୁ ୨୭ ଜଣ ଯୁବତୀ ଓ ମହିଳା ନୁତନ ଶିକ୍ଷାର୍ଥୀ ଅଧିଗ୍ରହଣ ଉତ୍ସବରେ ୫ଟି ପଞ୍ଚାୟତ ର ସରପଞ୍ଚ ସୁଶ୍ରୀ ମମତା ପୁଲକା , ସୁଶ୍ରୀ ରୀନା କଡ୍ରାକା । ସୁଶ୍ରୀ ମାଣିକ ପୀର୍ବକା , ଶ୍ରୀମତି ସୁଶାନ୍ତି କୁଟୃକା , ଶ୍ରୀମାନ ନରସିଂହ କିଲାକା ଓ ପଞ୍ଚାଯତ ସମିତି ଉପଧକ୍ଷ୍ୟ ଶ୍ରୀମାନ ହଲଧର ହିମିରିକା ଙ୍କ ସହ ଶ୍ରୀଯୁକ୍ତ ପ୍ରେମ ଖଣ୍ଡେଲୱାଲ ,ଶ୍ରୀମତୀ କବିତା ଖଣ୍ଡେଲୱାଲ ଶ୍ରୀମାନ ଆଶିଷ କୁମାର ରାୟ ଓ ଶ୍ରୀମତି ସୋମା ରାୟ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଉଭୟ କାର୍ଯ୍ୟକ୍ରମରେ ଇମ୍ଫା ଉପମୁଖ୍ୟ ପ୍ରବନ୍ଧକ ଶ୍ରୀମାନ କଲୋଳ ନାୟକ , ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ “ପଲ୍ଲୀ ବିକାଶ “ ର ନିର୍ଦ୍ଦେଶକ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ଯୋଗ ଦେଇଥବା ବେଳେ ଇମ୍ଫା ର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମାନ ଶକ୍ତି ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


