
ବିଷମକଟକ , ୧୭ /୫/୨୨ (ଜିଲ୍ଲା ଖବର) : ରାଜ୍ୟ ସରକାର ଗମନା ଗମନର ସୁବିଧା ପାଇଁ ରାଜ୍ୟ ରାଜ ପଥରେ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ବରାଦ କରି ଉନ୍ନତ ମାନର ରାସ୍ତା ନିର୍ମାଣ ସାଙ୍ଗକୁ ମରାମତି ମଧ୍ୟ କରୁଛନ୍ତି । ରାଜ୍ୟ ରାଜକୋଷ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ଏହା ସାଧାରଣ ଲୋକ ଙ୍କ ସ୍ୱାର୍ଥରେ ଲାଗିପାରୁନାହିଁ । ନିୟମିତ ଲୋକେ ଭଙ୍ଗା ଦଦରା ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଧନ ଜୀବନ ହାରୁଛନ୍ତି । ମରାମତି ନାଁ ରେ ଲୋକ ଙ୍କ ଆଖିରେ ଧୁଳି ଦେଉଛନ୍ତି ଠିକାଦାର ମାନେ । ଏହା ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତର ରାୟଗଡ଼ା ଓ ଭବାନୀପାଟଣା ସଂଯୋଗ କରୁଥିବା ମୁଖ୍ୟ ରାଜପଥ ପୂର୍ତ୍ତବିଭାଗ ଅଧିନରେ ରହିଥିବା ରାସ୍ତାର । ଚଳିତ ବର୍ଷ ବିଷମ କଟକ ସହରରେ ର ରାୟଗଡା ଠାରୁ ମୁନିଗୁଡା ରାସ୍ତାର ଦୁଇ ପାର୍ଶ୍ୱରେ ସିମେଣ୍ଟ କଂକ୍ରିଟ କରାଯାଉଥିବା ବେଳେ ଏହି କାମ ସବୁରେ ଠିକାଦାର ମାନେ ଲୁଟି ଚାଲିଛନ୍ତି । ରାଜ ନେତାଙ୍କ ଛତ୍ରଛାୟା ତଳେ ରହି ଏପରି କାର୍ଯ୍ୟ କରୁଛନ୍ତି ଠିକାଦାର ମାନେ।ଚଳିତ ମାର୍ଚ ମାସରେ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ରାସ୍ତାର ଦୁଇ ପାର୍ଶ୍ୱରେ ଜେସିବି ଲଗାଇ ସ୍ଥାନ ସ୍ଥାନରେ ମାଟି ଖୋଲି କଂକ୍ରିଟ କାମ କଲେ । କଂକ୍ରିଟ କାମ ସରିବା ପରେ କୌଣସି ସ୍ଥାନରେ ପାଣି କ୍ୟୁରିଙ୍ଗ କରାଗଲା ନାହିଁ କି ବିଭାଗ ତରଫରୁ କୌଣସି ତଦାରଖ ମଧ୍ୟ କରାଗଲା । ବହୁ ସ୍ଥାନରେ ତ ଖୋଳାଯାଇଥିବା ରାସ୍ତାକୁ ପୁଣି ମାଟିରେ ପୋତି ଦେଇ ଚଞ୍ଚକତା କରାଯାଇଛି । ସେହି ପରି ହାଟମୁନିଗୁଡା ରାୟଗଡା ଭବାନୀପାଟଣା ମୁଖ୍ୟ ରାସ୍ତା କଡରେ ଦୁଇ ଫୁଟର ଗାତ କରି ଛାଡି ଦେଇ ଥିବା ଫଳରେ ବହୁତ ଗାଡି ଦୁର୍ଘଟଣା ଘଟିବା ଫଳରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି।ଠିକାଦାର ହାଟମୁନିଗୁଡା ମୁଖ୍ୟ ରାସ୍ତା ର ଏରଟେଲ ଟାବାର ସମ୍ମୁଖରେ
ଗୋଟି ପାର୍ଶ୍ଵରେ ରାସ୍ତା କଡରେ ପିଚୁ ରାସ୍ତାକୁ ଲଗେଇ ଖୋଳି ଦେଇ ସେମିତି ମାସାଧିକ କାଳ ନିର୍ମାଣ କାର୍ଯ୍ୟ ନ କରି ଛାଡି ଦିଆଯାଇଛି । ଉକ୍ତ ରାସ୍ତା ନିର୍ମାଣ ବାବଦରେ ଆସିଥିବା ଟଙ୍କା କୁ ଠିକାଦାର ମାନେ ଆତ୍ମସାତ କରିଥିବା ସନ୍ଦେହ ସୃଷ୍ଟି ହୋଇଛି । ବଡ ଗାଡି କୁ ସାଇଡ୍ ଦେଇ ଦୁଇ ଚକିଆ ଗାଡି ସବୁ ଉକ୍ତ ଗତରେ ପଡି ଦୁର୍ଘଟଣା ଗସ୍ତ ହେଉଛି । ଯଦି ରାସ୍ତା ନିର୍ମାଣ କରିବାର ନଥିଲା ତେବେ କାହିଁକି ରାସ୍ତା କଡ ରେ ଖୋଳାଗଲା । ଯଦି ନିର୍ମାଣ କାର୍ଯ୍ୟ କରାଗଲା ନାହିଁ ତେବେ ସେହି ଗାତ ସବକୁ ନ ପୋତି ଛାଡି ଦେବା ପଛରେ ବିଭାଗୀୟ ଅଧିକାରୀ ମାନଙ୍କ କି ସ୍ୱାର୍ଥ ରହିଛି ତାହା ସ୍ୱଷ୍ଟ ହୋଇପାରୁନାହିଁ । ଏହି ସମ୍ପର୍କରେ ଆମେ ବିଷମକଟକ pwd ଯନେ ଶ୍ରୀ ସେଠୀ ଙ୍କୁ ଯୋଗାଯୋଗ କରିବାରୁ ସେହି ଗାତ ଅତି ଶୀଘ୍ର ପୋତିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


