Home ଆଞ୍ଚଳିକ ସାଗର ମୁଣ୍ଡା-କିଛି ଆଶା କିଛି ଆଶ୍ୱାସନା।

ସାଗର ମୁଣ୍ଡା-କିଛି ଆଶା କିଛି ଆଶ୍ୱାସନା।

109

ନବରଙ୍ଗପୁର , ୧୭/୦୫/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ଡ଼ଙ୍ଗରଭେଜା ଗ୍ରାମ ପଞ୍ଚାୟତ ର ହୃତପିଣ୍ଡ ହେଲା ସାଗରମୁଣ୍ଡା । ସାଗର ଭଳି ଏକ ବୃହତ ବନ୍ଧ ଥିବାରୁ ଗ୍ରାମର ନାମ ସାଗର ମୁଣ୍ଡା । ପ୍ରାୟ ୫୬ ଏକରରେ ପରିବେଷ୍ଟିତ ଏହାର ସୀମା ।ଜିଲ୍ଲା ର ଏକ ପ୍ରସିଦ୍ଧ ଶୈବପୀଠ ଓ ଏକ ପାହାଡ଼ ଏହାର ଅସୀମିତ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ସାଗରର ପାଣି ରେ ଜଳସେଚନ,ମାଛ ଚାଷ କରି ଅନେକ ଲୋକ ଏଠାରେ ନିଜର ଜୀବିକା ନିର୍ବାହ କରନ୍ତି । ହେଲେ ଆଜି ସାଗର ଶୁଷ୍କ ଆଉ ନିଜେ ନିଜର ପରିଚୟ ଖୋଜୁଛି । ପୁନରୁଦ୍ଧାର ପାଇଁ ଗୁହାରୀ କରୁଛି । ସମୟ ର କରାଳ ଗତିରେ ନିଜର ସର୍ବସ୍ୱ ହରେଇଥିବା ସାଗର ଆଜି ଶାସନ,ପ୍ରଶାସନ, ରାଜନୀତି, ବ୍ୟକ୍ତି କୈନ୍ଦ୍ରିକ ସ୍ୱାର୍ଥରେ ରେ ଜର୍ଜରିତ । ପୂର୍ବରୁ ମଧ୍ୟ ସାଗରର ପୁନରୁଦ୍ଧାର ପାଇଁ ଅନେକ ଥର ସ୍ୱର ଶାଣିତ ହୋଇଥିଲେ ମଧ୍ୟ ଏହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । କିଛି ଦିନ ତଳେ ଯୁବ ଆଇନଜୀବୀ ଶ୍ରୀ ଶ୍ରୀକାନ୍ତ କୁମାର ପଣ୍ଡା ଏନେଇ ମାନ୍ୟବର ଜିଲ୍ଲାପାଳ ଶ୍ରୀ ଡ଼ଃ କମଳ ଲୋଚନ ମିଶ୍ର ଙ୍କୁ ଭେଟି ଏହାର ପୁନରୁଦ୍ଧାର ପାଇଁ ଅନୁରୋଧ କରିଛନ୍ତି ଓ ଏ ନେଇ ସେ ମାନ୍ୟବର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ସଚିବ, ମହାମହିମ ରାଜ୍ୟପାଳ,ମାନ୍ୟବର ମୁଖ୍ୟମନ୍ତ୍ରୀ, ଜଳସମ୍ପଦ ମନ୍ତ୍ରୀ ଜଳସମ୍ପଦ ସଚିବ, ଓଡ଼ିଶା, ମାନ୍ୟବର ସାଂସଦ, ପୂର୍ବତନ ସାଂସଦ,ପ୍ରମୁଖଙ୍କୁ ଟ୍ୱିଟ ମାଧ୍ୟମରେ ଅନୁରୋଧ କରିଛନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ଓ ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି । ତେବେ କେବେ ଏହି ସାଗରର ଭାଗ୍ୟ ପରିବର୍ତ୍ତନ ହେବ ଦେଖିବାକୁ ବାକି ରହିଲା ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ