
ଭଞ୍ଜନଗର , ୧୭/୦୫/୨୨ ( ଜିଲ୍ଲା ଖବର ) : ଘୁମୁସର ଗର୍ବ ଭଞ୍ଜ ମାଟିର ପରିଚୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ପାଇଁ ପ୍ରସିଦ୍ଧ। ଭଞ୍ଜନଗର ର ଗୋଟେ ଅଗ୍ରଣି ସଙ୍ଗୀତ ଅନୁଷ୍ଠାନ ଆନନ୍ଦ ସଂଗୀତୟନ ବର୍ଷ ତମାମ ଭଞ୍ଜ ସଙ୍ଗୀତ ର ପ୍ରସାର ପାଇଁ ଚେଷ୍ଟା ରଖି ଆସିଛି। ପ୍ରତ୍ୟେକ ମାସର ଶେଷ ଶନିବାର ଭଞ୍ଜ ସଙ୍ଗୀତ ପରିବେଷଣ କରାଯାଏ।


ଆଜି କୁଲାଡ ଭଞ୍ଜ ମଣ୍ଡପ ଠାରେ ଉଦଯାପିତ ହୋଇଛି।
ସଂସ୍କୃତି ବିକାଶ ପରିଷଦ ଭୁବନେଶ୍ୱର ର ସଂଯୋଜକ ଶିବ ଶଙ୍କର ତ୍ରିପାଠୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ରେ ବହୁ ପରିମାଣରେ ଲୋକ ନୃତ୍ୟ ପରିବେଷଣ କରିଥିଲେ।


ଲୋକ ନାଟକରେ ଭଞ୍ଜ ସଙ୍ଗୀତ ର ଭୁମିକା ଉପରେ ଆଲୋକପାତ କରିଥିଲେ। ବାର୍ଡ ର ମୁଖ୍ୟ ଡାକ୍ତର ଶାନ୍ତୁନୁ ରଥ,ଲମ୍ବୋଦର ପାଣିଗ୍ରାହୀ,ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶାଙ୍କ, ଦିଲୀପ ତ୍ରିପାଠୀ, ପ୍ରଶାନ୍ତ ମହାନ୍ତି , କୁଲାଡ ବାର୍ଡର ସମ୍ପାଦକ ପ୍ରକାଶ ପ୍ରମୁଖ ଯୋଗଦେଇ ଥିଲେ।



ଆନନ୍ଦ ସଂଗୀତୟନ ର ମୁଖ୍ୟ ଅଶୋକ ମହାପାତ୍ର ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।ଶେଷରେ ଲୋକକଳା ମାନଙ୍କୁ ସମ୍ମାନିତ କରାଯାଇଥିଲା।


