Thursday, November 12, 2026
Home ଆଞ୍ଚଳିକ ଏମ୍.କେ.ସି.ଜି ମେଡିକାଲର ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲେ ଗଣମାଧ୍ୟମ ପ୍ରତିନିଧି।

ଏମ୍.କେ.ସି.ଜି ମେଡିକାଲର ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲେ ଗଣମାଧ୍ୟମ ପ୍ରତିନିଧି।

100

ବ୍ରହ୍ମପୁର,୧୬/୫/୨୨ (ଜିଲ୍ଲା ଖବର) : ଏମକେସିଜି ମେଡିକାଲ କଲେଜର କିଛି ମାସ ମଧ୍ୟରେ ନାନାଦି ସମସ୍ୟା ଦେଇ ଗତି କରୁଛି । ଏହି ମେଡିକାଲ କୁ ଦକ୍ଷିଣ ଓଡିଶାର ବାସୀଙ୍କ ଚିକିତ୍ସାର ପ୍ରାଣ କେନ୍ଦ୍ର ।

ଏହି ଚିକିତ୍ସା କେନ୍ଦ୍ରରେ ଧନୀ ଓ ଗରିବ ଜନସାଧାରଣ ସମସ୍ତେ ନିର୍ଭର କରିଥାନ୍ତି । ଏହି ମେଡ଼ିକାଲରେ ଅଧାରୁ କମ ଡାକ୍ତର ଅଛନ୍ତି ।

ସେଥିରୁ କିଛି ଡାକ୍ତରଙ୍କୁ ବଦଳି ହେବା ଯୋଗୁଁ ସଂପୂର୍ଣ୍ଣ ଚିକିତ୍ସା ବ୍ୟାହତ ଘଟିଛି । କିଛି ଦିନ ତଳେ ବିଭିନ୍ନ ଦଳ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ମେଡିକାଲ କଲେଜର ଅଧ୍ୟକ୍ଷ ଙ୍କୁ ଦାବୀ ପତ୍ର ଦେଇଛନ୍ତି ।

ଆଜି ବ୍ରହ୍ମପୁର ସହରର ଗଣମାଧ୍ୟମ ପ୍ରତିନିଧିମାନେ ମିଳିତ ହୋଇ ମେଡ଼ିକାଲରେ ପ୍ରମୁଖ ସମସ୍ୟା ଗୁଡିକ ସମାଧାନ ପାଇଁ ସକାଳ ୭ ଘ. ଠାରୁ ୮ଘ. ପର୍ଯ୍ୟନ୍ତ ଏମକେସିଜ ମେଡିକାଲ ଗେଟ ସମ୍ମୁଖରେ ୪ ଦଫା ଦାବୀ ନେଇ ଧାରଣା ଦେଇଥିଲେ । ଦାବୀ ସମୂହ

୧.ଏମ୍.କେ.ସି.ଜି ମେଡିକାଲରେ ଖାଲି ରହିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରାଯାଉ ।
୨.ଟ୍ରମା କେୟାର ସେଣ୍ଟର ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ ।
୩.ଏମ୍.କେ.ସି.ଜି ମେଡିକାଲରେ ବର୍ଣ୍ଣକେୟାର ୟୁନିଟ୍ ଖୋଲାଯାଉ ।
୪. କାଜୁଆଲଟି ରେ ବରିଷ୍ଠ ଅଭିଜ୍ଞ ଡାକ୍ତର ନିଯୁକ୍ତି କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ ।
ଏହି ଧାରଣା ରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ ।