Tuesday, October 13, 2026
Home ଅପରାଧ ଜାତୀୟ ରାଜପଥରେ ଡକାୟତି ପଣ୍ଡ କଲା ପୋଲିସ ଲୁହା ଛାଡ଼, ବୋମା, କାତି ସହ ୬...

ଜାତୀୟ ରାଜପଥରେ ଡକାୟତି ପଣ୍ଡ କଲା ପୋଲିସ ଲୁହା ଛାଡ଼, ବୋମା, କାତି ସହ ୬ ଜଣ ଗିରଫ ।

78

ବ୍ରହ୍ମପୁର, ୧୬/୫/୨୨ (ଜିଲ୍ଲା ଖବର) : ଗୋପାଳପୁର ଥାନା ଅନ୍ତର୍ଗତ ଭକ୍ତ ସାଲେବେଗ ନିକଟରେ ବସି ଡକାୟତ କରିବା ପାଇଁ ଯୋଜନା କରୁଥିବା ବେଳେ ୬ଜଣ ଯୁବକଙ୍କୁ ଗିରଫ କରିଛି ଗୋପାଳପୁର ପୁଲିସ ଏବଂ ସେମାନଙ୍କ ଠାରୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲେ , ଭେଙ୍କଟରାଜପୁର ଗ୍ରାମର ଶିବ ଶଙ୍କର ନାୟକ (୨୪),ଲୋଚାପଡା ରାମକୃଷ୍ଣ ନଗରର କେ.ମୋହନ ରାଓ(୨୪), ମିଟୁ ଦାସ (୨୪),ଭାପୁର ବଜାର ଭଣ୍ଡାରି ସାହିର ଅନିଲ ମହାଙ୍କୁଡ(୨୨), ପ୍ରହଲ୍ଲାଦ ନଗର ପ୍ରଥମ ଲାଇନ୍ ର କାଳିଆ ସାହୁ(୨୫), ଗେଟ୍ ବଜାର ଓଆର୍ ଟି କଲୋନୀର ସୋନିଆ ପ୍ରଧାନ (୩୦) l ସୂଚନା ପ୍ରକାରେ ଗୋପାଳପୁର ପୁଲିସ ପକ୍ଷରୁ ପଥରା ଜଙ୍କସନ୍ ନିକଟରେ ଗତକାଲି ମଧ୍ୟରାତ୍ର ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଭକ୍ତସାଲେବେଗ ନିକଟରେ ବସି ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିବା ପୁଲିସକୁ ସୁରାକ ମିଳିଥିଲା । ପୁଲିସ ସେଠାରେ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଲକ୍ଷ୍ୟ ଥିଲା ଜାତୀୟ ରାଜପଥ ଉପରେ ଥିବା ମାରୁତି ସୋରୁମ୍ ,ବିଲୁ ଧାବା, ହାଇୱେ ଢ଼ାବା,, ସାଇ ଦୁର୍ଗା ସର୍ଭିସ୍ ଷ୍ଟେସନ , ଚେନ୍ନାଇ କୋଲକାତା ହାଇୱେ ,ହାଇୱେ ପେଟ୍ରୋଲ ପମ୍ପରୁ ପମ୍ପରୁ ଡକାୟତ କରିବା । ଏମାନଙ୍କ ନିକଟରୁ ୨ଖାତୀ,୨ଟି ଲୁହା ରୋଡ଼, ଗୋଟିଏ ଅଫୁଟା ବୋମା ସମେତ ବିଭିନ୍ନ ମଦ ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ଜବତ କରିଛି । ଅଭିଯୁକ୍ତ ମାନଙ୍କୁ କେସ ନଂ ୮୫/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।