Home ଆଞ୍ଚଳିକ ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ:ଗଜପିତ ଜିଲ୍ଲା ଗୁମ୍ମା ଭଲିବଲ ଦଳ...

ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ:ଗଜପିତ ଜିଲ୍ଲା ଗୁମ୍ମା ଭଲିବଲ ଦଳ ଫାଇନାଲକୁ ପ୍ରବେଶ

95

ଆସିକା,(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂରେ ଗଜପତି ଜିଲ୍ଲା ଗୁମ୍ମା ଭଲିବଲ ଦଳ ସହିତ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପାୱାର ଭଲିବଲ ଦଳ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଟିତ ହୋଇଥିଲା । ଏହି ମ୍ୟାଚରେ ଗୁମ୍ମା ଭଲିବଲ ଦଳ ଟସ ଜିତି ଥିବା ବେଳେ ବ୍ରହ୍ମପୁର ପାୱାର ଭଲିବଲ ଦଳ ସର୍ଭିସ ଆରମ୍ଭ କରିଥିଲେ । ଏଥିରେ ଗୁମ୍ମା ଭଲିବଲ ଦଳ ୩-୧ ସେଟରେ ପଏଟଂ ହାସଲ କରି ବିଜୟୀ ହୋଇ ଫାଇନାଲ ମ୍ୟାଚରେ ପ୍ରବେଶ କରିଥିବା ବେଳେ ବ୍ରହ୍ମପୁର ପାୱାର ଭଲିବଲ ଦଳ ପରାଜୟ ବରଣ କରିଥିଲେ ।

ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ବ୍ରହ୍ମପୁର ପାୱାର ଭଲିବଲ ଦଳ ଖେଳାଳି ରଜତ କୁମାର ନାୟକଙ୍କୁ ଘୋଷିତ କରାଯାଇଥିଲେ । ଏହି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପୂର୍ବାହ୍ନରେ ଆରମ୍ଭ ହୋଇଥିବା ବେଳେ ନିୟମିତ ଦର୍ଶକ ସାଜିଥିବା ପୁରୁଷୋତମପୁରର ଜଣେ ଅବସରପ୍ରାପ୍ତ ଶିକ୍ଷକ ଦିବାକର ସାହୁ ଓ ଆସିକା କର୍ପୁର ନୂଆଗାଁର ଜଣେ ନିୟମିତ ଦର୍ଶକ ଅତିଥି ଭାବେ ଯୋଗ ଦେଇ ଦ୍ୱିତୀୟ ସେମିଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ ।ଏହି ମ୍ୟାଚରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଭଲିବଲ ମହାସଂଘ ସଭାପତି ହୃଷିକେଶ ମହାପାତ୍ର,ସମ୍ମାନୀତ ଅତିଥି ଭାବେ ସମ୍ପାଦକ ଚିନ୍ତାମଣି ନାୟକ,କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ବେହେରା,ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ମାନବ ସେବା ସମିତି ଉପଦେଷ୍ଟା ପ୍ରଦିପ କୁମାର ପାଣିଗ୍ରାହି, ଆସିକା ଏସିଏମପିସିଏସ ସଭାପତି ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ପୁରାତନ ଖେଳାଳି ତଥା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ କ୍ରିଡାଶିକ୍ଷକ ପ୍ରସନ୍ନ କୁମାର ସାହୁଙ୍କୁ ପୁଷ୍ପଗୁଛ ସହ ଉପଢୈାକନ ଦେଇ ଗଞ୍ଜାମ ଜିଲ୍ଲା ଭଲିବଲ ମହାସଂଘ ହୃଷିକେଶ ମହାପାତ୍ରଙ୍କ ଦ୍ୱାରା ସମ୍ଭର୍ଦ୍ଧନା କରାଯାଇଥିଲା । ଏହି ମ୍ୟାଚରେ ରେଫରୀ ଦାୟିତ୍ୱରେ ରାମକୃଷ୍ଣ ଭଞ୍ଜ,ସ୍ୱଦେଶ ଦଳେଇ,ସ୍କୋରର ଦାୟିତ୍ୱରେ ସତୀଶ କୁମାର ନାୟକ,ଧାରାବିବରଣୀ ଦାୟିତ୍ୱରେ ବଳରାମ ପୋଲାଇ ଓ ବିଦେଶୀ ନାହକ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଏହି ମ୍ୟାଚରେ ଆସିକା ଆଥଲେଟିକ ଆସୋସିଏସନ ଟାଉନହଲ ସଭାପତି ଦିଲ୍ଲିପ କୁମାର ପାଣିଗ୍ରାହି,ଉପସଭାପତି ବି.ତେଜେଶ୍ୱର ରେଡ୍ଡି, ସେକ୍ରେଟାରୀ ଏମ.ତାରିଣୀ ସେନାପତି, ଯୁଗ୍ମ ସମ୍ପାଦକ ଏମ.ଶତ୍ରୁଘ୍ନ ରେଡି,କୋଷାଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା,ଯୁବ ଖେଳାଳୀ ଚକ୍ରଧର ମିଶ୍ର,ଏସ.କାମେଶ୍ୱର,ଆଦିକାନ୍ତ ନାୟକ,ବିଶ୍ୱନାଥ ସେଠି ଖେଳକୁ ତଦାରଖ କରୁଥିବା ବେଳେ ପ୍ରିୟରଞ୍ଜନ ତ୍ରିପାଠି,ବୁଜେନ୍ଦ୍ର ରାଓ, ସତିଶ ଆଚାରୀ,ନିଳାଚଂଳ ଗୈାଡ,ବଳରାମ ବେହେରା ପ୍ରମୁଖ ମ୍ୟାଚ ପରିଚାଳନା ସହ ଯୋଗ କରିଥିଲେ ।