
ରାୟଗଡା , ୧୫/୦୫/୨୨ ( ଜିଲ୍ଲା ଖବର) : ନିୟମ ଗିରିରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ।ବିରଳ ଜନଜାତି ଛାତ୍ରଛାତ୍ରୀ ଶିକ୍ଷା ଦାନରୁ ବଞ୍ଚିତ। ବର୍ଷ ବର୍ଷ ଧରି ସ୍କୁଲରେ ତାଲା ଝୁଲୁଛି।ଏପଟେ ଶିକ୍ଷତ୍ରି ଜଣକ ଘରେ ବସି ଦରମା ନେଉଛନ୍ତି।ଏଭଳି ଏକ ସମ୍ବେଦନ ଶୀଳ ଘଟଣା ସମ୍ନା କୁ ଆସିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଶିକ୍ଷା ଅଧୀନରେ ଥିବା ଡାଲିଆକୁଜି ପାଞ୍ଚାୟତ ଅଧୀନରେ ଥିବା ବଡ଼ ଦ୍ୱାରଗୁଡି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସିଲି ପଣ୍ଡା। ସେ ଯେଉଁ ଦିନ ଠାରୁ ଡାଲିଆକୁଜି ପଞ୍ଚାୟତ ର ଦ୍ଵାରଗୁଡି ବିଦ୍ୟାଳୟରେ ଯୋଗଦାନ କରିଛନ୍ତି ସେହିଦିନ ଠାରୁ ତାଙ୍କେ ବିଦ୍ୟାଳୟ ଯାଇ ନଥିବା ଡଙ୍ଗରିଆ ମନେ ଅଭିଯୋଗ କରିଛନ୍ତି ।ରାଜ୍ୟ ସରକାର ଦୁର୍ଗମ ନିୟମଗିରି ଅଞ୍ଚଳର ବିରଳ ଜନଜାତି ପିଲାଙ୍କ ପାଠପଢ଼ା ନେଇ ଅନେକ ଯୋଜନା ପ୍ରସ୍ତୁତି କରିଛନ୍ତି ହେଲେ ଏହି ଶିକ୍ଷା ଯୋଜନା ନିୟମଗିରିର ବିରଳ ଜନଜାତି ଛାତ୍ରଛାତ୍ରୀ ଙ୍କ ପାଇଁ ସାତସପନ ପାଲଟି ଯାଇଛି। ନିୟମଗିରି ଅଞ୍ଚଳର ବିରଳ ଜନଜାତିର ଛାତ୍ରଛାତ୍ରୀ କେମିତି ଉଚ୍ଚ ଶିକ୍ଷିତ ହେବେ ଓ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଇପାରିବେ ତାକୁ ନେଇ ରାଜ୍ୟ ସରକାର ସେମାନଙ୍କ ଚିନ୍ତା କରୁଥିବା ବେଳେ ଏଭଳି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ବାଟବଣା ହେଉଛି ଶିକ୍ଷା ବ୍ୟବସ୍ଥା। ପୂର୍ବରୁ ନିୟମଗିରି ଅଞ୍ଚଳର ବିରଳ ଜନଜାତି ତେତେଟା ସଚେତନା ନଥିବା ବେଳେ ବର୍ତ୍ତମାନ ସେମାନେ ବହୁ ସଚେତନା ହୋଇସାରିଲେଣି।ବର୍ତ୍ତମାନ ବିରଳ ଜନଜାତି ପିଲାମାନେ ପାଠ ପଢିବାକୁ ବହୁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ସ୍କୁଲରେ ବର୍ଷ ବର୍ଷ ତାଳ ଝୁଲୁଥିବାରୁ ଛାତ୍ରଛାତ୍ରୀ ମାନେ ପାଠ ପଢିବା ବଦଳରେ ଏବେ ପାହାଡ଼ ପର୍ବତରେ ଗାଈ ଛେଳି ଚୋରାଇବା ପାଇଁ ଚାଲିଯାଉଛନ୍ତି । ବର୍ଷ ତମାମ ଏହି ବିଦ୍ୟାଳୟ ରେ ତାଲା ଝୁଲିଥିବା ନେଇ ଗ୍ରାମ ବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଗ୍ରାମ ବାସୀଙ୍କ ଗୁହାରି କେହି ହେଲେ ଶୁଣୁନଥିବା କହିଛନ୍ତି। ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜାଣନ୍ତରେ ଚାଲିଛି ଏଭଳି ଶିକ୍ଷା ବ୍ୟବସ୍ଥା। ବିଭଗିୟ ଅଧିକାରୀ ଓ ଶିକ୍ଷକ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରୀକାରେ ଚାକିଛି ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା । ଡଙ୍ଗରିଆ ଅଞ୍ଚଳ ହୋଇଥିବାରୁ ସେହି ସ୍ଥାନରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଦ ପଢୁ ନଥିବା ଅଭିଯୋଗ କୁ ନେଇ ଆମେ ଏହି ସମ୍ପର୍କରେ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ପୂରଣ ଚନ୍ଦ୍ର ବରିଆ ଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ତେବେ ଖୁବ ଶୀଘ୍ର ଏହାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।



