
ରାୟଗଡା , ୧୫/୦୫/୨୨ ( ଜିଲ୍ଲା ଖବର) : ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଲିମାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୯୯୧-୯୨ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଦୀର୍ଘ ୩୦ ବର୍ଷ ସ୍କୁଲ ଶିକ୍ଷା ସମାପ୍ତି ପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ପୁରାତନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ଉତ୍ସାହ ଭାବ ପରିଲକ୍ଷିତ ହେଇଥିଲା।


ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶତ୍ରୁଘ୍ନ ହୋତା,ସମ୍ମାନିତ ଅତିଥି ଭାବରେ ବାବାଜୀ ପଣ୍ଡା,ଭିକାରୀ ପଣ୍ଡା ଏବଂ ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ପ୍ରପନ୍ନ ତ୍ରିପାଠୀ ଯୋଗ ଦେଇଥିଲେ।ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।


ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀ ମାନେ ସ୍କୁଲ ସମୟର ସ୍ମୃତି କୁ ବଖାଣିଥିଲେ।ଏହି ବ୍ୟାଚ ର ତତ୍କାଳୀନ ଛାତ୍ର ତଥା ଲିମାପଦର ମାଟିର ଗୌରବ ବର୍ତ୍ତମାନ ସୁବର୍ଣପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟରତ ରବୀନ୍ଦ୍ର ପାଲକା ନିଜ ଅଭିଭାଷଣ ରେ ତାଙ୍କ ଜୀବନ ର ସଫଳତା ପଛରେ ଏହି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅବଦାନ ଚିର ସ୍ମରଣୀୟ ବୋଲି କହିଥିଲେ ଏବଂ ମୋ ସ୍କୁଲ ଅଭିଯାନ ରେ ୧୦୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।

ଆଜି ର ଏହି କାର୍ଯ୍ୟକ୍ରମ ରେ ଅଶ୍ୱିନୀ ତ୍ରିପାଠୀ ଓ ପ୍ରମୋଦ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଚିନ୍ମୟ ରଥ ,ଦିବାକର ପାଢ଼ୀ, ଦଧିବାମନ ପଣ୍ଡା,ବି ପରମେଶ୍ୱର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ପ୍ରଜ୍ଞା ପାରାମିତା ଦେବୀ,ଶିକ୍ଷକ ଭୈରବୀ ରଥ ପ୍ରମୁଖ ଯୋଗଦେଇଥିଲେ।



