Home ଆଞ୍ଚଳିକ କେନ୍ଦୁପଦର ଏନ.ବି.ସି ମହାବିଦ୍ୟାଳୟରେ ବନ୍ୟଜନ୍ତୁ ସଂରକ୍ଷଣ କର୍ମଶାଳା

କେନ୍ଦୁପଦର ଏନ.ବି.ସି ମହାବିଦ୍ୟାଳୟରେ ବନ୍ୟଜନ୍ତୁ ସଂରକ୍ଷଣ କର୍ମଶାଳା

59

ଆସିିକା,( କ୍ଷୀରୋଦ ଚନ୍ଦ୍ର ବେହେରା) : କେନ୍ଦୁପଦର ନିମିନ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ବନ୍ୟଜନ୍ତୁ ସଂରକ୍ଷଣ କର୍ମଶାଳା ଅନୁଷ୍ଠୀତ ହୋଇଯାଇଛି । ଆଇ.କ୍ୟୁ.ଏ.ସି ଆନୁକୁଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟ ଅଧ୍ୟକ୍ଷତା କରିଥିଲେ । ଏହି କର୍ମଶାଳାରେ ଅବସରପ୍ରାପ୍ତ ବନାଚଂଳ ଅଧିକାରୀ ଇଶ୍ୱର ପ୍ରସାଦ ସାହୁ ସାଧନ ବ୍ୟକ୍ତି ଭାବେ ଯୋଗ ଦେଇ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କୀତ ସୂଚନା ପ୍ରଦାନ କରିଥିଲେ । ଏହା ସହିତ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ସମ୍ପର୍କରେ ମତବ୍ୟକ୍ତି କରିଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟ ତାଙ୍କ ବକ୍ତବ୍ୟରେ ବନ୍ୟଜନ୍ତୁଙ୍କର ସୁରକ୍ଷା ଆମର କର୍ତବ୍ୟ । ଏଥିପ୍ରତି ଆମେ ପ୍ରତ୍ୟେକ ବ୍ୟକ୍ତି ସଚେତନତା ହେବା ଜରୁରୀ ବୋଲି କହିିଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡଃ.ସୁରେନ୍ଦ୍ର ନାଥ ସାବତ ଜୈବିକ ବିବିଧତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ତଥା ରାଜନିତୀ ବିଜ୍ଞାନ ବିଭଗୀୟ ମୁଖ୍ୟ ରବିନାରାୟଣ ପାତ୍ର,ଶୈକ୍ଷିକ ଅଧିକାରୀ ଡଃ.ଆଶୁତୋଷ ସାହୁ ସମେତ ବହୁ ଅଧ୍ୟାପକ,ଅଧ୍ୟାପିକା,ମହାବିଦ୍ୟାଳୟ ଛାତ୍ରଛାତ୍ରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।