Thursday, November 12, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ପ୍ରଭୁ ଶ୍ରୀ ନୃସିଂହନାଥ ଠାକୁରଙ୍କ ଜନ୍ମୋତ୍ସୋବ ପାଳିତ ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ପ୍ରଭୁ ଶ୍ରୀ ନୃସିଂହନାଥ ଠାକୁରଙ୍କ ଜନ୍ମୋତ୍ସୋବ ପାଳିତ ।

72

ବୁଗୁଡା , ୧୫/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଐତିହ୍ୟ ଭଞ୍ଜପୀଠ ପ୍ରତିଷ୍ଠିତ ଅଞ୍ଚଳର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ମନ୍ଦିର ପରିସରରେ

ଥିବା ପ୍ରଭୁ ନୃସିଂହନାଥ ଠାକୁରଙ୍କ ଜନ୍ମୋତ୍ସୋବ ପାଳିତ ହୋଇଯାଇଛି।

ପ୍ରଭାତରୁ ନିତୀନିୟମ ଓ ପରମ୍ପରା ଅନୁଯାୟୀ ହୋମ କାର୍ଯ୍ୟ ଆରମ୍ଭ କରିବା ସହ ପ୍ରଭାତ ଆଳତୀ ସାରିବା ପରେ ସାୟଂକାଳରେ ପ୍ରଭୁ ଶ୍ରୀ ନୃସିଂହନାଥଙ୍କ ଚଳନ୍ତି ପ୍ରତିମାକୁ ଘଣ୍ଟ ଘଣ୍ଟା ଏବଂ ମୃଦଙ୍ଗର ତାଳେ ତାଳେ ନଗର ପରିକ୍ରମା କରାଇ ଦୋଳ ମଣ୍ଡପରେ ବିରାଜମାନ କରାଇଥିଲେ ।

ତା’ପରେ ରାତ୍ରି ସାରା ବୁଗୁଡ଼ା ନିକଟସ୍ଥ ସଙ୍କୁରୁ ଗ୍ରାମର ଭଗବତ ସ୍ଵାମୀ ନାଟ୍ୟ ସଂଘର ସାଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତ ପ୍ରହଲାଦ ନାଟକ ପରିବେଷଣ କରାଯାଇଥିଲା ।

ଦୁଇବର୍ଷ ଧରି ବିଶ୍ବ ମହାମାରୀ କରୋନା ର ପ୍ରାଦୁର୍ଭାବରେ ଭୟଭୀତ ହୋଇ ସରକାରଙ୍କ କଟକଣା ଯୋଗୁଁ କୌଣସି ପ୍ରକାର ଯାନିଯାତ୍ରା ହୋଇପାରୁନଥିବା ଯୋଗୁଁ ଏହିବର୍ଷ ଯାତ୍ରାର ମଜା ନେଇଥିଲେ ଶ୍ରଦ୍ଧାଳୁମାନେ।

ଏହି ପରିପ୍ରେକ୍ଷୀରେ ଶରତଚନ୍ଦ୍ର ମହାରଣା,ଦେବେନ୍ଦ୍ର ନାଥ ପାଣିଙ୍କ ସମେତ ସମସ୍ତ ପୂଜାରୀବୃନ୍ଦ ସୁପରିଚାଳନା କରିଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।