Monday, November 16, 2026
Home ଆଞ୍ଚଳିକ ୭୫ ତମ ସ୍ବାଧିନତାର ଅମୃତ ମହୋତ୍ସବ ପାଳିତ ।

୭୫ ତମ ସ୍ବାଧିନତାର ଅମୃତ ମହୋତ୍ସବ ପାଳିତ ।

193


ଆସିକା , ୧୫/୦୫/୨୨ (ଜିଲ୍ଲା ଖବର ) : ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଦ୍ଯାଳୟ,ସାଧନ ଭବନ କଲେଜ ଛକ, ଆସିକା, ପାଓ୍ବାର ହାଉସ ନିକଟରେ ୧୦/୦୫/୨୨ ଦିନ ବି.କେ . ଶ୍ରୀମତି ଭଉଣୀଂକ ତତ୍ତ୍ବାବଧାନରେ ସୁଦୂର ରାଜସ୍ଥାନ ମାଉଣ୍ଟ ଆବୁରୁ ଆସିଥିବା

ଆର୍ନ୍ତଜାତିକ ଖ୍ଯାତିସମ୍ପନ୍ନ ବକ୍ତା ରାଜଯୋଗିନୀ ବିକେ ଉଷା ଦିଦି, ଭୂବନେଶ୍ବର ସବ୍ ଜୋନ୍ ଇନ ର୍ଚାଜ ରାଜଯୋଗିନୀ ବିକେ ଲୀନା ଦିଦି,ଆସିକା ସାଂସଦ ଶ୍ରୀମତୀ ପ୍ରମିଲା ବିଷୋୟୀ,

ଆସିକା ବିଧାୟିକା ମଂଜୁଳା ସ୍ବାଇଁଂକ କର କମଳ ଦ୍ବାରା ସାଧନା ଭବନର ଶ୍ରେଣୀ ଗୃହ ” ପିସ୍ ପ୍ଯାଲେସ ଓ ଆଧ୍ଯାତ୍ମିକ ସଂଗ୍ରଳୟ “ର ଶୁଭ ଉଦ୍ଘାଟନ କରିଥିଲେ ।

ମାଁ ଶତଳାଇ ମଂନ୍ଦିର ପ୍ରାଙ୍ଗଣରେ ସମୃଦ୍ଧ ଭାରତ ନିର୍ମାଣରେ ଗୀତା ଗ୍ଯାଁନର ଆବଶ୍ଯକତା ଉପରେ ବ୍ରକୁ ଉଷା ଦିଦି ମାର୍ଗଦର୍ଶନ କରାଇ ଥିଲେ ।ବ୍ର କୁ . ଲୀନା ଦିଦି କଲେଜଛକ ପିସ୍ ପାଲେସର ଉତରାତର ମଙ୍ଗଳ କାମନା କରିଥିଲେ ।

ଦୀପ ପ୍ରଜ୍ଜ୍ବଳନ କରି ,କେକ୍ କାଟି ଥିଲେ। ମଞ୍ଚରେ ବ୍ରକୁ .ବିଜୟ ଭାଇ ( ମାଉଣ୍ଟ ଆବୁ ),ବିକେ.ବାସନ୍ତି ଭଉଣୀ,ମାମି ଭଉଣୀ (ବ୍ରହ୍ମପୁର) ବିକେ . ବିଷ୍ଟୁ ଦିଦି (ବୁଗୁଡା ) ବିକେ .ମିନାଖୀ (ପଲାସ ପୁର )ବିକେ .ସୁଦାମ ଭାଇ ,ବିକେ ସୁବାଷ ଭାଇ , ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ପ୍ରମୁଖ ଥିଲେ ।

ସୁବାସ ଭାଇ ମଞ୍ଚ ପରିଚାଳନା କରି ଥିଲେ । ବିକେ ବନିତା ଭଉଣୀ ,ବିକେ ଶ୍ରୀମତି ଭଉଣୀ ଅତିଥିମାନଙ୍କୁ ଫୁଲ ଚନ୍ଦନ,ଓଡଣୀ, ମୁକୁଟ ପିନ୍ଦାଇ ଥିଲେ । ସିଧେଶ୍ବର ଗ୍ରାମର ଅମର ସାର ସ୍ବାଗତ ନୃତ୍ୟ ତାଙ୍କ ଟିମ ନେଇ କରି ଥିଲେ ।

ଏହାକୁ ସାଧନା ଭବନ ଦ୍ବାରା ପରିଚାଳିତ ସମସ୍ତ ଗୀତା ପାଠଶାଳା ର ଭାଇଭଉଣୀ ମାନେ ସହଯୋଗ କରିଥିଲେ ।ଏହା ସହିତ ଡେଙ୍ଗାଉସ୍ତା,ପୋଲସରା,ବ୍ରହ୍ମପୁରର ଭାଇଭଉଣୀ ବିଶେଷ ସେବା ଯୋଗାଇ ଥିଲେ । ଗଂଜାମ ଜିଲ୍ଲାର ବିକେ ତଥା ବହୁ ସମର୍ପିତ ଭାଇଭଉଣୀ ଯୋଗ ଦେଇଥିଲେ । ବ୍ରହ୍ମାଭୋଜନ ର ବ୍ଯବସ୍ଥତା କରାଯାଇଥିଲା ।