
ବ୍ରହ୍ମପୁର ,୧୪/୫/୦୨୨ (ଜିଲ୍ଲା ଖବର) : ସ୍ଥାନୀୟ ଶକ୍ତି ନଗର ଚତୁର୍ଥ ଲାଇନରେ ଶହୀଦ୍ ଭଗତ୍ ସିଂ ପାଠାଗାରର ଆନୁଷ୍ଠାନିକ ଉଦ୍ଘାଟନ ଅନୁଷ୍ଠିତ ହୋଇ ଯାଇଛି । ଆରମ୍ଭରେ ବରିଷ୍ଠା ବୁଦ୍ଧିଜୀବୀ ବାସନ୍ତୀ ଆଚାର୍ଯ୍ୟ ପାଠାଗାରରେ ବୃକ୍ଷରୋପଣ କରିବା ପରେ ଅବସରପ୍ରାପ୍ତ ପ୍ରଫେସର ଧନେଶ୍ୱର ସାହୁ ରିବନ କାଟି ପାଠାଗାରକୁ ଉଦଘାଟନ କରିଥିଲେ ।

ସ୍ଥାନୀୟ ବୁଦ୍ଧିଜୀବୀ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆରମ୍ଭରେ ପାଠାଗାରର ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଦେଇ ପାଠାଗାରର ନିର୍ମାଣରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ଅବସରପ୍ରାପ୍ତ ପ୍ରଫେସର ବିଜୟ ବହିଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଠାଗାରର ଯଥାର୍ଥତା ଉପରେ ବକ୍ତବ୍ୟ ରଖିଥିଲେ ।

ସୋସିଆଲ ମିଡିଆର ପ୍ରସାର ପରେ ସମାଜରେ ନୂଆ ପିଢୀଙ୍କ ମଧ୍ୟରେ ବହି ପଢିବାର ଅଭ୍ୟାସ ହ୍ରାସ ପାଇଥିବା ବେଳେ ଶହୀଦ୍ ଭଗତ୍ ସିଂଙ୍କ ସ୍ମୃତିରେ ଏଭଳି ପାଠାଗାରର ନିର୍ମାଣ ନିଶ୍ଚିତ ଭାବେ ଏକ ପ୍ରସଂଶନୀୟ ପଦକ୍ଷେପ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ପ୍ରଫୁଲ୍ଲ ସାମନ୍ତରା, ଇ.ଟି. ରାଓ, ଅବସରପ୍ରାପ୍ତ ଶିକ୍ଷକ ସୀତାରାମ ଷଡ଼ଙ୍ଗୀ, ଦଣ୍ଡପାଣି ବିଷୋୟୀ, ବରୁଣ ଚୌଧୁରୀ, ଜାମୁଲା ସୁରେଶ, ସୁନେଜ ପାଣିଗ୍ରାହୀ, ଲିଙ୍ଗରାଜ ମିଶ୍ର, କୈଳାସ ସାହୁ, ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରତାପ ଚୌଧୁରୀ, ଡି ମୋହନ ରାଓ, କୈଳାସ ଷଡ଼ଙ୍ଗୀ, ଜୟନ୍ତୀବାଳା ମିଶ୍ର, ବାସଭରାଜୁ, ବିଧୂପ୍ରଭା ରଥ, ଲକ୍ଷ୍ମୀ ନୃସିଂହ ରଥଙ୍କ ସମେତ ଅନେକ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଯୋଗଦେଇଥିଲେ ।


