Home ଆଞ୍ଚଳିକ ବ୍ୟକ୍ତିତ୍ୱ ବିକାଶ ଓ ମାନସିକ ପରିଚାଳନା ଶିର୍ଷକ କର୍ମଶାଳା

ବ୍ୟକ୍ତିତ୍ୱ ବିକାଶ ଓ ମାନସିକ ପରିଚାଳନା ଶିର୍ଷକ କର୍ମଶାଳା

19

ଆସିକା, (କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଠାରେ ଯୁକ୍ତ ୩ ଛାତ୍ରୀ ମାନଙ୍କୁ ନେଇ ବ୍ୟକ୍ତିତ୍ୱ ବିକାଶ ଓ ମାନସିକ ପରିଚାଳନା ଶିର୍ଷକ କର୍ମଶାଳା ଅନୁଷ୍ଠୀତ ହୋଇଯାଇଛି । ସରକାରୀ ନିରଞ୍ଜନ ମହିଳ ମହାବିଦ୍ୟାଳୟର କ୍ୟାରିୟର କାଉନସେଲିଂ ସେଲ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଗଣେଶ୍ୱର ମାଝିଙ୍କ ପୈାରହିତ୍ୟରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ସହକାରୀ ଅଧ୍ୟାପକ ଡଃ.ପ୍ରଭୂରାମ ତ୍ରିପାଠୀ କର୍ମଶାଳାରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କୁ ବ୍ୟକ୍ତିତ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା ।

ଛାତ୍ରୀ ମାନଙ୍କର ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ଓ ସେ ଗୁଡିକରୁ ମୁକୁଳିବା ପାଇଁ ୧୦ଟି ସରଳ ସୂତ୍ର ବିଷୟରେ ପୁଙ୍ଖାନୁପୁଙ୍ଖ କର୍ମଶାଳାରେ ଆଲୋଚନା କରାଯାଇଥିଲା । ପରିବେଶ ଓ ପରିସ୍ଥିତି ଅନୁଯାୟୀ ଛାତ୍ରୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ମାନସିକ ଚାପରୁ କିଭଳି ମୁକ୍ତି ପାଇବେ ଓ ପାଠ ପଢାରେ ମନୋନିବେଶ କରି ପାରିବେ ତାହାର ଉପାୟମାନ ବିସ୍ତାରିତ ଭାବେ ଆଲୋଚନା କରାଯାଇଥିଲା । ବ୍ୟକ୍ତିତ୍ୱ ଦିଗରେ ଯୋଗ ଓ ଧ୍ୟାନର ଗୁରୁତ୍ୱାରୋପ କରାଯାଇ ବିଭିନ୍ନ ସଫଳ ବ୍ୟକ୍ତି ମାନଙ୍କ ଉଦାହରଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ୟାରିୟର କାଉନସିଲିଂର ସଂଯୋଜକ ଡଃ.ଲକ୍ଷ୍ମଣ କୁମାର ସୋରେନ,ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ. କେ.ଓଏମ.ନାରାୟଣ ରାଓ,ଡଃ. ସରୋଜ କୁମାର ଜେନା, ଡଃ.ଯସଶ୍ରୀ ମଲ୍ଲିକ, ଡଃ.ଉର୍ମିଳା ମୁଦୁଲି, ବିନାୟକ ବେହେରା, ଗୋପିନାଥ କର,ଭାରତୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ୨ଶହରୁ ଉର୍ଦ୍ଧ ଛାତ୍ରୀ ଯୋଗ ଦେଇଥିଲେ ।