ଜାଗ୍ରତ ଭାରତ ଦଳ ,ଓଡିଶା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

58


ଯାଜପୁର, ୧୪/୦୫/୨୨ ( ଜିଲ୍ଲା ଖବର ) : ନୂତନ କରି ଆସୁଥିବା ରାଜନୈତିକ ଦଳ ଜାଗ୍ରତ ଭାରତ ,ଓଡିଶା ପକ୍ଷରୁ ଆଜି ଯାଜପୁର ଜିଲ୍ଲା

ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ଏସ,କେ ଳଜିଙ୍ଗ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।


ଦଳର ସଭାପତି ଡ଼ ଚିତ୍ତରଞ୍ଜନ ମହାନ୍ତି ଙ୍କ ସଭାପତିତ୍ୱ ରେ ଏହି ସମ୍ମିଳନୀ ରେ ଦଳ ଆବାହକ ଶ୍ରୀ ଜ୍ଞାନରଞ୍ଜନ ସ୍ବାଇଁ , ମହିଳା ମୋର୍ଚ୍ଚା
ଅଧ୍ୟକ୍ଷା ରେଣୁ ବିଶ୍ୱାଳ , ପଛୁଆ ବର୍ଗ ସଭାପତି ଜଳଧର ମଳିକ , ସଂଯୋଜକ ଅଜୟ ଦାସ ପ୍ରମୁଖ ଉପସ୍ଥିତ ରହି ଦଳ ସମ୍ପର୍କରେ ଆଲୋକପାତ କରିଥିଲେ ।


ଖୁବ ଶୀଘ୍ର ଏହି ଦଳ ରାଜ୍ୟର କୋଣ ଅନୁକୋଣରେ ପ୍ରତି ପରିବାର ନିକଟରେ ପହଁଚି ନିଜର ଲକ୍ଷ ପ୍ରତିପାଦନ କରିପାରିବ ବୋଲି ସୂଚନା ମିଳିଛି ।


ମୁଖ୍ୟ ଲକ୍ଷ ଭାବେ
ଗଣତନ୍ତ୍ର କୁ ସୁଦୃଢ଼ କରିବା , ଗଣ ତନ୍ତ୍ରରେ ଗଣଭାଗିଦାରୀକୁ ସୁନିଶ୍ଚିତ କରାଇବା ।
୨. ଶିକ୍ଷା ,ସ୍ୱାସ୍ଥ୍ୟ , କୃଷି , ନିଯୁକ୍ତି ଓ ପରିବେଶ କୁ ପ୍ରାଧାନ୍ୟ ଦେଇ ବିକାଶକୁ ତ୍ୱରାନ୍ୱିତ କରିବା ।
୩. ଖୁବ ଶୀଘ୍ର ଏହି ଦଳ ରାଜ୍ୟର ସମସ୍ତ ଜିଲା ,ବ୍ଳକ୍ରେ ସଂଗଠନ କୁ ମଜବୁତ କରି ଆଗାମୀ ଦିନରେ ଦଳ କୁ ଶକ୍ତ କରିବ ବୋଲି ମତ ପ୍ରକାଶ ପାଇଥିଲା ।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ନିୟୁଜ l