Sunday, October 11, 2026
Home ଆଞ୍ଚଳିକ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ପାଳିତ।

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ପାଳିତ।

71

ବୁଗୁଡା , ୧୪/୦୫/୨୨ ( ଜିଲ୍ଲା ଖବର ) : ଦେଶସାରା ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ କୁ ଏକବର୍ଷ ଧରି ପାଳନ କରି ଆସିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି।

ଏହି ଅବସରରେ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ହରିହର ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ଉ.ପୁର୍ଣ୍ଣଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନ୍ୟତମ ଅତିଥି ଭାବେ ନବରଙ୍ଗପୁରର ହରେକୃଷ୍ଣ ପ୍ରଧାନ,ଭଞ୍ଜନଗରର କୃତ୍ତିବାସ ବିଶ୍ବାଳ,

ରତ୍ନମଞ୍ଜରୀ ପାଢୀ,ରମେଶ ଚନ୍ଦ୍ର ବେହେରା ମଞ୍ଚାସୀନ ଥିବା ବେଳେ ଶିକ୍ଷାକେନ୍ଦ୍ରର ସଂପାଦକ ପ୍ରଭାତ କୁମାର ଦାସ,ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ପାଢୀ,ରଘୁନାଥ ସାହୁ ଏବଂ ଟି.ସୁଦର୍ଶନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ଶିକ୍ଷାକେନ୍ଦ୍ରର ସମସ୍ତ ଭାଇ ଓ ଭଉଣୀମାନେ ସୁପରିଚାଳନା କରିଥିବା ସହ ଶତାଧିକ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।