
ରାୟଗଡ-୧୪/୦୫/୨୨ ( ଜିଲ୍ଲା ଖବର ) : ଅବକାରୀ ବିଭାଗ ର ନିଷ୍କ୍ରିୟତା ଯୋଗୁଁ ଗାଁ ଦାଣ୍ଡରେ ମହିଳା କି ପୁରୁଷ ଚଳିବା କଷ୍ଟକର ହୋଇ ପଡିଛି। ଏହାର କାରଣ କଣ ଜାଣିବା କହିଲେ ମଦ ବିକ୍ରି ଏପରି ଚାଲିଛି କି ଏହାର ଲଗାମ ନାହିଁ ଅବକାରୀ ଗାଡି ଆସି ମାସକୁ ଥରେ ଏକରକମର ବୁଲି ବଟି ଅଦାୟରେ ବ୍ୟସ୍ତ ରହୁଛି। ଖୋଲା ଖୋଲି ଭାବେ ପାନ ଦୋକାନ ରୁ ଆରମ୍ଭ କରି ଡାଲୀ ଚିନି ଦୋକାନ ଗୁଡିକରେ ଅବାଧରେ ବେ ଆଇନ ଭାବରେ ବିକ୍ରୀ ହେଉଛି କି ଏମାନଙ୍କୁ ପୁରା ଅବକାରୀ ବିଭାଗ ଖୁଲା ଛୁଟା ଦେଇଛି। ଚଢ଼ାଉ ନାଁରେ କିଛି ଗରିବଙ୍କୁ ଧରି ନିଜ କାମ ସାରି ଦେଉଛି ଯେଉଁ ମାନେ କି ନିଜ ପେଟ ଚାଖଣ୍ଡେ ପାଇଁ ଏହି ବୃତ୍ତିକୁ ଆଦରି ନେଇଛନ୍ତି।
ଏହାର କାରଣ କଣ ଜାଣିବାକୁ ବାକି ରହିନୀ। ଯାହାର ଜିଲ୍ଲା ମୁଖ୍ୟ ଏଭଳି ଲାଞ୍ଚୁଆ ତା ତଳ କର୍ମଚାରୀ କଣ ନ ହେଇଥିବ। ନାମକୁ ମାତ୍ର ବାର ଲାଇସେନ୍ସ ଦିଆହେଇଛି କେତେଟା ଦୋକାନ ପାଇଁ କିନ୍ତୁ ଗାଁ ଗଣ୍ଡା ମାନଙ୍କରେ ଯେପରି ମଦର ବନ୍ୟା ହେଉଛି ପୋଲିସ ଅବକାରୀ ବିଭାଗ ସବୁ ଜାଣି ଚୁପ। ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ କାଲି ଅର୍ଥାତ ୧୪/୦୫ ତାରିଖ ଦିନ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ର ଭିଜିଲାନ୍ସ ର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ରାୟଗଡ ଅବକାରୀ ଅଧିକ୍ଷକ ନିନା ବେଉରାଙ୍କ ଠାରୁ ନଗଦ୬ ଲକ୍ଷ ମଦ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଜବତ କରି ଶ୍ରୀମତୀ ବେଉରାଙ୍କୁ ଅଟକ ରଖି ପଚରା ଉଚରା ଜାରୀ ରଖିଛି ଏହାର ସଠିକ ହିସାବ ସେ ଦେଇ ପାରି ନଥିଲେ। ପ୍ରକାଶ ଥାଉକି ତାଙ୍କୁ ସହଯୋଗ କରୁଥିବା ତାଙ୍କ ସମ୍ପର୍କୀୟ ତାଙ୍କ ସ୍ୱାମୀ ଆଇ ଆଇ ସି ମାହାଙ୍ଗା ଥାନାର ନିହାର ରଞ୍ଜନ ମହାନ୍ତି ଙ୍କ ଘର ନିକଟରେ ଧରା ପଡ଼ିଥିଲେ। ତୁରନ୍ତ ଏକ ଭିଜିଲାନ୍ସ ଟିମ ମାହାଙ୍ଗା ର ବାସ ଗୃହରେ ଚଢ଼ାଉ କରି ଥିଲେ କିନ୍ତୁ ତାଙ୍କ ଘର ତାଲା ପଡ଼ିଥିବାରୁ ସେ ଧରା ପଡିନଥିଲେ ବୋଲି ବିଭାଗ କହିଛି। ଆଗକୁ ତଦନ୍ତ ଜାରୀ ରହିଛି ତଦନ୍ତ ପରେ କଣ ହେବ କେତେ ଟଙ୍କା ଓ କେଉଁଠାରେ ଆସିଥିଲା ତାର ତଥ୍ୟ ସାମ୍ନାକୁ ଆସିବ ବୋଲି ବିଭାଗ କହିଛି।


