
ଆସିକା, (କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ଟାଉନହଲ ଖେଳ ପଡିଆ ଠାରେ ଅନୁଷ୍ଠୀତ ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂରେ ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଥମ ସେମିଫାଇନାଲ ମ୍ୟାଚ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ହରିଡାଖଣ୍ଡି ଭଲିବଲ ଦଳ ସହିତ ଗଜପତି ଜିଲ୍ଲା ମୋହନା ସେଟଂ ପିଟର ଭଲିବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବ୍ରହ୍ମପୁର ହରିଡାଖଣ୍ଡି ଭଲିବଲ ଦଳ ଟସ ଜିତ ସର୍ଭିିସ ଆରମ୍ଭ କରିଥିଲେ । ଗଜପତି ଜିଲ୍ଲା ମୋହନା ସେଟଂ ପିଟର ଭଲିବଲ ଦଳ ୩-୧ ପଏଟଂ ସଂଗ୍ରହ କରି ବିଜୟୀ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ହରିଡାଖଣ୍ଡି ଭଲିବଲ ଦଳ ପରାଜୟ ହୋଇଥିଲେ ।
ଗଜପତି ଜିଲ୍ଲା ମୋହନା ସେଟଂ ପିଟର ଦଳର ଖେଳାଳୀ ତବୁନ ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି ମ୍ୟାଚରେ ରେଫରୀ ଦାୟିତ୍ୱରେ ରାମକୃଷ୍ଣ ଭଞ୍ଜ,ସ୍ୱଦେଶ ଦଳେଇ,ସ୍କୋରର ଦାୟିତ୍ୱରେ ସତୀଶ କୁମାର ନାୟକ,ଧାରାବିବରଣୀ ଦାୟିତ୍ୱରେ ବଳରାମ ପୋଲାଇ ଓ ବିଦେଶୀ ନାହକ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆସିକା ଓକିଲ ସଂଘ ସଭାପତି ସରୋଜ କୁମାର ତ୍ରିପାଠୀ,ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ,ଯୁବ ବିଜେଡି ନେତା ଅନିଲ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।
ଏହି ପ୍ରଥମ ସେମିଫାଇନାଲ ମ୍ୟାଚରେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ରିଡା ଓ ଯୁବ ସେବା ବିଭାଗ ଏବଂ ଟାଟା ଷ୍ଟିଲ ଆଡଭେଞ୍ଜର ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ-୨୦୧୯ ଲେହର ଉଚ୍ଚତମ ଶୃଙ୍ଗ ମାଉଟଂ ଷ୍ଟକ କାଗ୍ରିଂ ପର୍ବତାରୋହଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଆସିକା କାଳଷଣ୍ଡପୁର ମାଟିର ଝିଅ ରଚିତା ନାୟକ ଓ ତାଙ୍କ ସହିତ ଥିବା ଅନ୍ୟ ପର୍ବତାରୋହଣ ଯାଜପୁରର ସତ୍ୟବ୍ରତ ଦାଶ,ବରଗଡର ଶୁଭ୍ରାଂଶୁ ଶେଖର ସାହୁ, ବ୍ରହ୍ମପୁରର ଏ.ବାଲକ୍ରିଷ୍ଣାନ ରେଡି, କଟକର ରୁଦ୍ର ନାରାୟଣ ଲେଙ୍କା,ଯାଜପୁରର ଦୁଃଖୀବନ୍ଧୁ ମାଝି ,ପୁରୀର ଅଭିଷେକ ବେହେରା,ମାମାଲି ପ୍ରଧାନ ଖୋର୍ଦ୍ଧା, ସମ୍ବଲପୁର ରିଙ୍କି ସାହୁ ଓ ପ୍ରିତି ପୋଡ ପ୍ରମୁଖଙ୍କୁ ନିୟନ୍ତ୍ରଣ କରାଯାଇଥିଲା ।
ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ,ବରିଷ୍ଠ ଆଇନଜୀବୀ ଶରତେନ୍ଦୁ ପଣ୍ଡା, ସୁଧାଶୁଂ ପାଣିଗ୍ରାହିଙ୍କ ଦ୍ୱାରା ସମସ୍ତ ପର୍ବାତରୋହଣଙ୍କୁ ପୁଷ୍ପଗୁଛ ଦେଇ ସମ୍ଭର୍ଦ୍ଧନା କରାଯାଇଥିଲା । ପର୍ବତାରୋହଣି ରଚିତା ନାୟକ ଖେଳାଳୀ ମାନଙ୍କୁ ଶୁଭେଚ୍ଚା ଜଣାଇବା ସହିତ ଭଲ ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ଅର୍ଥାତ ୨୦ ତାରିଖ ଦିନ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଗୁମ୍ମା ଭଲିବଲ ଦଳ ସହିତ ବ୍ରହ୍ମପୁର ପାୱାର ସିକ୍ସ ଭଲିବଲ ଦଳ ମଧ୍ୟରେ ଅନୁଷ୍ଠିତ ହେବ ।



