
ଗୁଣୁପୁର , ୧୩/୦୫/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ଗୁଣୁପୁର ମୋତିଲାଲ ନଗର ଠାରେ ଠାକୁରାଣୀ ପର୍ବ ନିମନ୍ତେ ଆଜି ଶୁଭ ଦିଆ ଯାଇଛି ।ଆସନ୍ତା ୨୦ ତାରିଖରୁ ହେବାକୁ ଥିବା ୫ଦିନିଆ ପର୍ବ ପାଇଁ ଆଜି ସକାଳେ ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପଠାରେ ପୂଜକ ଏମ ଚିରଞ୍ଜିବି ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ସାହିର ମହିଳା, ପୁରୁଷ,ଓ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ।ପ୍ରତ୍ୟେକ ତିନି ବର୍ଷରେ ଥରେ ଏହି ପର୍ବ ଆୟୋଜନ କରାଯାଇ ସାହି ବାସିନ୍ଦା ଙ୍କ ମଧ୍ୟରେ ଭାଇଚାରା ବଜାଇ ରଖିବା ସହ ବାସିନ୍ଦା ଙ୍କ ମଙ୍ଗଳ ନିମନ୍ତେ କରାଯାଉଥିବା କମିଟି ପକ୍ଷରୁ କହିଛନ୍ତି।
ଗୁଣୁପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।


