
ହିଞ୍ଜିଳିକାଟୁ , ୧୩/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମଜିଲ୍ଲା ହିଞ୍ଜିଳିକାଟୁ ପୌରପରିଷଦ ସଭା ଗୃହ ରେ ପୌରପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ସୁବାସ ପୋଲେଇ ଙ୍କ ଅଧ୍ୟକ୍ଷତାରେ ପୌରପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି।


ଏହି ବୈଠକରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ସଭା ପରିଚାଳନା କରିଥିବାବେଳେ ପ୍ରତି ୱାର୍ଡରର ବିକାଶ ଉପରେ ଗୁରୁତ୍ବ ଦେବା ସହ କାଉନସିଲର ମାନେ ନିଜ ୱାର୍ଡ ର ବିକାଶ ପ୍ରତି ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ।



ଲୋକମାନଙ୍କ ସେବାକୁ ପ୍ରଥମେ ଗୁରୁତ୍ଵ ଦେବା ପାଇଁ ନିଷ୍ପତି ନିଆଯାଇଥିଲା। ସହର ବିକାଶ, ରାସ୍ତା, ଡ୍ରେନେଜ୍ ବ୍ୟବସ୍ଥା, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ, ପରିମଳ ବ୍ୟବସ୍ଥା, ସ୍ୱଶ୍ଚତା ଉପରେ ସବିସ୍ତୁତ ଆଲୋଚନା କରାଯାଇଥିଲା।


ପୌରପରିଷଦ ଉପାଦକ୍ଷା ଶ୍ରୀମତୀ ସୁଚିତ୍ରା ପଣ୍ଡା,ମ୍ୟୁନିସିପାଲିଟି ଇଂଜିନିୟର ପ୍ରମୋଦ କୁମାର ନାୟକ, ସମସ୍ତ ୨୧ୱାର୍ଡ ର କାଉନସିଲର , ପୌରପରିଷଦର ସମସ୍ତ କର୍ମଚାରୀ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ।


