
ହିଞ୍ଜିଳିକାଟୁ , ୧୩/୦୫/୨୨ ( ଜିଲ୍ଲା ଖବର ) : ସୁଲଭ ଗୁଣବତ୍ତା ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି କିନ୍ତୁ ତାର ବିପରୀତ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅଧିନ ବେଲଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ।


ଅଭିଯୋଗ ଆସିବା ପରେ ଆମେ ପହଞ୍ଚିଥିଲୁ ସେ ହସ୍ପିଟାଲରେ ସ୍ଥିତି ପରଖିବା ପାଇଁ। ରାତି ଠିକ୍ ଏଗାର ଘଣ୍ଟ କୋଡ଼ିଏ ମିନଟ। ଚିକିତ୍ସାଳୟ ର ମୁଖ୍ୟ ଫାଟକ ବନ୍ଦ। ଆମେ ନିଜେ ଖୋଲି ଭିତରକୁ ଗଲୁ । ଡ୍ରେସିଂ ରୁମରେ କିଏ ବି ନାହାନ୍ତି। ପରେ ଆଗକୁ ଆଗକୁ ଗଲୁ ଡାକ୍ତର ବାବୁଙ୍କ ପ୍ରକୋଷ୍ଟ କୁ।


ସେଠାରେ ଡାକ୍ତର ବାବୁ ଙ୍କ ବଦଳରେ ଦେଖିବାକୁ ପାଇଲୁ ସେକୁରିଟୀ ଗାର୍ଡଙ୍କୁ। ଗାର୍ଡ ଭାଇ ଜଣଙ୍କ ଗୋଡ ଉପରେ ଗୋଡ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ। ଆମେ ଉଠାଇଲା ପରେ କ୍ୟାମେରା ଦେଖି ଚମକି ପଡିଲେ।


ଡାକ୍ତର ବାବୁ କୁଆଡେ ଗଲେ ପଚାରିଲା ପରେ ଗାର୍ଡ ଭାଇ ଆମକୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଲେ । ଡାକ୍ତର ବାବୁ ଥିଲେ ଏମାର୍ଯେନ୍ସୀ ୱାର୍ଡ ରେ । ଅମର୍ଜେନ୍ସୀ ୱାର୍ଡ ମାନେ ଡାକ୍ତର ବାବୁ ଅମର୍ଜେନ୍ସୀ ଡ୍ୟୁଟି ରେ ରହିବା କଥା କିନ୍ତୁ ବାବୁ ବି କବାଟ ବନ୍ଦ କରି ଶୋଇଥିଲେ।


ଗୋଟିଏ ଡାକ୍ତର ବାବୁ ଓ ଗୋଟିଏ ଗାର୍ଡ ଦ୍ଵାରା ଏତେ ବଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଚଳୁଛି ତାହା ପ୍ରଶ୍ନବାଚି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀରେ ଯଦି ଏପରି ସ୍ବାସ୍ଥ୍ୟ ବ୍ୟବସ୍ଥା ତେବେ ସାରା ଓଡ଼ିଶାର ସ୍ବାସ୍ଥ୍ୟ ବ୍ୟବସ୍ଥା କେମିତି ଥିବ ଏଇଠୁ ଅନୁମାନ କରି ହେଉଛି।


